Below header

କର୍ଣ୍ଣାଟକକୁ ଫେରିଲା ମାସ୍କ: ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ

କର୍ଣ୍ଣାଟକକୁ ଫେରିଲା ମାସ୍କ । ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ କହିଛନ୍ତି । ଏପଟେ ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 ।

କର୍ଣ୍ଣାଟକ: କର୍ଣ୍ଣାଟକକୁ ଫେରିଲା ମାସ୍କ । ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ କହିଛନ୍ତି । ଏପଟେ ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 ।

କେରଳ ପରେ ଏବେ ଉତ୍ତର ପ୍ରଦେଶରେ ବ୍ୟାପିଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ମୋଟ ୩୩୫ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର । ଅବଶ୍ୟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତାଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ବୋଲି କୁହାଯାଇଛି । ଆକ୍ଟିଭ କେସ ୧୭ ଶହ ଟପିଛି। ଏଥିସହ ଦେଶରେ ମୋଟ କୋଭିଡ କେସ ୪ କୋଟି ୫୦ ଲକ୍ଷରେ ପହଞ୍ଚିଛି ।

୪ କୋଟି ୪୬ ହଜାର ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୯୮ ଦଶମିକ ୮୧ ପ୍ରତିଶତ ରହିଛି । ଏପଟେ କର୍ଣ୍ଣାଟକରେ ଫେରିଲା ମାସ୍କ । ବରିଷ୍ଠ ନାଗିରକ ଏବଂ ବହୁବିଧ ରୋଗରେ ପିଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ପଡ଼ୋଶୀ ରାଜ୍ୟ କେରଳ ଏବଂ ଅନ୍ୟ ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.