ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ, ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବ ରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ ।

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ସିଆରପିଏଫ ଫ୍ଲାଏ ଓଭର ନିକଟରୁ ୬୬୦ ଗ୍ରାମ ବ୍ରାଉନସୁଗର ଜବତ । ଦୁଇ ଅଭିଯୁକ୍ତ ଗିରଫ । ଏକ ପିକଅପ ବୋଲେରୋରେ ଅଭିଯୁକ୍ତ ଆଜମେର ଖାଁ ଓ ଶେଖ ସାଦିରୁଦ୍ଦିନ ବ୍ରାଉନସୁଗର ଚାଲାଣ କରୁଥିଲେ । ମୁଖ୍ୟତଃ ଏମାନେ ମାଛ ବେପାର ଜରିଆରେ ପାଉଡର ଡିଲ କରୁଥିଲେ ।

ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବ ରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ସିଆରପିଏଫ ଫ୍ଲାଏଓଭର ନିକଟରେ ରେଡ ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି । ହ୍ବାଇଟ ସ୍ପାଇଡର ଅପରେଶନକୁ ବ୍ୟାପକ କରାଯାଇଛି । ଗତ ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଚଳିତ ବର୍ଷ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.