ଫିଲ୍ମ ‘VD18’ ସୁଟିଂ ସମୟରେ ଆହତ ହେଲେ ବରୁଣ ଧଓ୍ଵନ, ଫ୍ୟାନ୍ସଙ୍କ ସହ ସେୟାର କଲେ ଫଟୋ

ବରୁଣ ଧଓ୍ଵନଙ୍କୁ ଫିଲ୍ମ ‘VD18’ ର ସୁଟିଂ ସମୟରେ ଆଘାତ ଲାଗିଛି । ବରୁଣ ନିଜେ ଫ୍ୟାନ୍ସଙ୍କୁ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ସେୟାର କରି ଜଣାଇଛନ୍ତି ।

ବଲିଉଡ ଅଭିନେତା ବରୁଣ ଧଓ୍ଵନ ବର୍ତ୍ତମାନ ତାଙ୍କ ଅପ୍‌କମିଂ ଫିଲ୍ମ ‘VD18’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଏବେ ଅଭିନେତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, କହୁହାଯାଉଛି ଯେ ସୁଟିଂ ସମୟରେ ବରୁଣଙ୍କୁ ଆଘାତ ଲାଗିଛି । ଯାହାର ସୂଚନା ବରୁଣ ନିଜେ ଫ୍ୟାନ୍ସଙ୍କୁ ଏକ ଫଟୋ ସେୟାର କରି ଜଣାଇଛନ୍ତି । ତେବେ ଏହି ଅଭିନେତା ତାଙ୍କ ଅଭିନୟ ଯୋଗୁ ସବୁ ବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି ।

ବରୁଣ ତାଙ୍କ ଫିଲ୍ମ ସୁଟିଂରେ ଏତେ ବ୍ୟସ୍ତ ରହିବା ପରେ ମଧ୍ୟ ସେ ସବୁ ବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏଭଳି ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଚିନ୍ତିତ ହୋଇଯାଇଛନ୍ତି । ବାସ୍ତବରେ ଅଭିନେତା ଇନଷ୍ଟାଗ୍ରାମ ଷ୍ଟୋରିରେ ଫୁଲିଯାଇଥିବା ପାଦ ସହିତ ଏକ ଫଟୋ ସେୟାର କରିଛନ୍ତି । ଫଟୋରେ ବରୁଣ ଏକ ଚେୟାରରେ ପାଦ ରଖିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରିବାବେଳେ ସେ କହିଥିଲେ ଯେ ସୁଟିଂ ସମୟରେ ସେ ଆହତ ହୋଇଛନ୍ତି ।

ବରୁଣ ଫ୍ୟାନ୍ସଙ୍କ ସହ ଏହି ଫଟୋ ସେୟାର କରିବା ପରେ ତାର କ୍ୟାପସନରେ ଏକ କାନ୍ଦୁଥିବା ଇମୋଜି ଲଗାଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘‘ଫୁଲି ଯାଇଥିବା ପାଦ.. ଏହା ଏକ ଲୁହା ରଡରେ ଧକ୍କା ହୋଇଥିଲା । ଅଭିନେତାଙ୍କ ଏହି ଫଟୋ ଦେଖି ତାଙ୍କ ଫ୍ୟାନ୍ସ ବହୁତ ଦୁଃଖିତ ହୋଇଛନ୍ତି ।

ତେବେ ବରୁଣ ତାମିଲ ଫିଲ୍ମ ନିର୍ମାତା କାଲିସଙ୍କ ନିର୍ଦ୍ଦେଶିତ ଫିଲ୍ମ ‘VD18’ ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ କିର୍ତ୍ତୀ ସୁରେଶ ଏବଂ ଭାମିକା ଗାବି ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ବର୍ଷ ୨୦୨୪ରେ ସିନେମା ହଲ୍‌କୁ ଆସିବ । ଏହି ଫିଲ୍ମକୁ ନେଇ ବରୁଣ ଧଓ୍ଵନଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ଥିବା ଜଣାପଡିଛି । ବରୁଣ ଶେଷ ଥର ପାଇଁ ଫିଲ୍ମ ‘ବାୱାଲ’ରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.