କୋଭିଡ ମୁକାବିଲା ପାଇଁ ଆଲର୍ଟରେ ରାଜ୍ୟ ସରକାର: ସବୁ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର । ପ୍ରସ୍ତୁତ ହୋଇ ରହିବାକୁ ସବୁ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ । କୋଭିଡ ଲକ୍ଷଣ ଦେଖାଦେଲେ ଟେଷ୍ଟିଂ କରାଯିବା ସହ ସବୁ ପଜିଟିଭ କେସ୍‌ର ଜିନମ ସିକ୍ୟୁଏନସିଂ ହେବ । ରାଜ୍ୟରେ ଯଥେଷ୍ଟ ପରିମାଣର ଟେଷ୍ଟିଂ କିଟ୍‌ ରହିଛି ମହଜୁଦ । ଦେଶ ତୁଳନାରେ ଓଡ଼ିଶାରେ କୋଭିଡ ଟେଷ୍ଟିଂ ହାର ଅଧିକ । ଆସନ୍ତା ସପ୍ତାହରେ ସବୁ ହସପିଟାଲ ଓ ଅକ୍ସିଜେନ ପ୍ଲାଣ୍ଟରେ ମକ୍‌ଡ୍ରିଲ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ବଜାୟ ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯାଇଛି । ଆଜି କୋଭିଡ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶେଷଜ୍ଞଙ୍କ ମତାମତ ଲୋଡ଼ି ରାଜ୍ୟବାସୀଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି ।

ରାଜ୍ୟରେ କୋଭିଡ ପଜିଟିଭିଟି ରେଟ୍‌ ୦.୦୫% ରହିଛି । ଜନସାଧାରଣ କୋଭିଡ ନିୟମ ମାନିବା ସହ ସର୍ବସାଧାରଣ ସ୍ଥାନରେ ଛେପ ନ ପକାଇବାକୁ ପରାମର୍ଶ ଦିଆଯାଇଛି । ଚୀନରେ କୋଭିଡ୍‌ ସ୍ଥିତି ଭୟଙ୍କର ହେବା ପରେ ଆଲର୍ଟରେ ରହିଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ଏଯଏ ସମସ୍ତ ଦିଗ ଉପରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଟେଷ୍ଟିଂ-ଟ୍ରାକିଂ-ଟ୍ରିଟିଂ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ଏହାସହ ଟିକାକରଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଆତିଙ୍କିତ ନ ହୋଇ ସତର୍କ ରହିବା ପାଇଁ ରାଜ୍ୟ ସରକାର ପରାମର୍ଶ ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.