ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ, ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ ମଞ୍ଜୁରୀ

କେନ୍ୟୁଜ୍(ବ୍ୟୁରୋ): ପୂରଣ ହେବ ଓଡ଼ିଶା ପୋଲିସର ୪ହଜାର ୭୯୦ କନେଷ୍ଟବଳ ପଦବୀ । ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪ଟି ପର୍ଯ୍ୟାୟରେ ଏହି ପଦବୀ ଗୁଡ଼ିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ରାଜ୍ୟର ୩୪ଟି ପୋଲିସ ଜିଲ୍ଲା ତଥା କମିଶନରେଟ୍‌ ପୋଲିସରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହାଦ୍ୱାରା ବିଭିନ୍ନ ଜିଲ୍ଲା ତଥା ଥାନା ମାନଙ୍କରେ କାଲି ଥିବା କନେଷ୍ଟବଳ ପଦବୀ ପୂରଣ ହୋଇପାରିବ ଏବଂ ଆଇନ ଶୃଙ୍ଖଳା ରକ୍ଷା ଦିଗରେ ପୋଲିସର ସାମର୍ଥ୍ୟ ମଧ୍ୟ ବୃଦ୍ଧି ପାଇବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.