ପୁଣି ରୂପ ବଦଳାଇପାରେ କରୋନା ଭାରିଆଣ୍ଟ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ରୂପ ବଦଳାଇପାରେ କରୋନା ଭାରିଆଣ୍ଟ। ଭାଇରସର ପ୍ରକୃତି ହେଲା ରୂପ ବଦଳାଇବା। ତେବେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି ତଥ୍ୟ ଆସିନି, ଗବେଷଣା ଜାରି ରହିଛି। କୋଭିଡ୍‌ କେଉଁଭଳି ବ୍ୟବହାର କରିବ ତାହା ମ୍ୟୁଟେସନ ଉପରେ ନିର୍ଭର କରୁଛି। ହୁଏତ ପୁଣି ରୂପ ବଦଳାଇ ଅଧିକ ବିପଜ୍ଜନକ ବା ସ୍ୱଳ୍ପ ପ୍ରଭାବଯୁକ୍ତ ହୋଇପାରେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଏବେ ସମାନ୍ତରାଳ ସ୍ଥିତିରେ ରହିଛି ସଂକ୍ରମଣ। ତେବେ ଏବେଠୁ ଆମେ ପିକ୍‌ରେ ପହଞ୍ଚିଗଲେ କହିହେବନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।