୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଫେରିବ ହିଟ ୱେଭ
ରାଜ୍ୟକୁ ପୁଣି ଫେରିବ ହିଟ ୱେଭ କଣ୍ଡିସନ। ୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ହିଟ ୱେଭ ସ୍ଥିତି ଫେରିବ। ହିଟ ୱେଭ ପାଇଁ ମାଲକାନଗିରିର କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଏହି ଜିଲ୍ଲାକୁ ହିଟ ୱେଭ ପାଈଁ ଚେତାବନୀ ଜାରି ହୋଇଛି।

ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ହିଟ ୱେଭ କଣ୍ଡିସନ। ୧୪ ତାରିଖ ପରଠୁ ରାଜ୍ୟକୁ ପୁଣି ଥରେ ହିଟ ୱେଭ ସ୍ଥିତି ଫେରିବ। ହିଟ ୱେଭ ପାଇଁ ମାଲକାନଗିରିର କୋରାପୁଟ, କଟକ, ବୌଦ୍ଧ, ଅନୁଗୁଳ, ବଲାଙ୍ଗିର , ସୁନ୍ଦରଗଡ଼ ଏହି ଜିଲ୍ଲାକୁ ହିଟ ୱେଭ ପାଈଁ ଚେତାବନୀ ଜାରି ହୋଇଛି। ରାଜ୍ୟରେ ବର୍ତ୍ତମାନ କାଳ ବୌସାକ୍ଷୀ ପ୍ରଭାବରେ ସମଗ୍ର ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ଲାଗି ରହିଛି।
ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଛି। ୧୪ ତାରିଖ ବେଳକୁ ୧୧ ଜିଲ୍ଲାରେ ଉସ୍ମ ଆଦ୍ର ପାଣିପାଗ ସ୍ଥିତି ଜାରି ରହିବ। ୧୧ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର। ୧୫ ତାରିଖରେ ୭ ଜିଲ୍ଲା ପାଇଁ ହିଟ ୱେଭ ଜାରି କରାଯାଇଛି ।
ଏହି ସବୁ ଜିଲ୍ଲା ଗୁଡିକରେ ଦିନ ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିବ ସମ୍ଭାବନା ରହିଛି ଏହା ସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ। ୧୬ ତାରିଖ ବେଳକୁ ୪୦ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଅନୁମାନ କରାଯାଇଛି। ବର୍ଷା ପ୍ରଭାବରେ ଗତକାଲି ତୁଳନାରେ ଆଜି ତାପମାତ୍ରା ଆହୁରି କମିବ। ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ଝରାବନ୍ଦ ଠାରେ ୫୭. ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଦିନ ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି।