ରାଜ୍ୟରେ ବଢୁଛି ତାତି: ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ, ତତଲାଗଡ଼ ପାଲଟିଛି ଟିଟିଲାଗଡ଼

ଭୁବନେଶ୍ବର: ଡେଉଁଛି ପାରଦ । ବଢୁଛି ତାତି । ରାଜ୍ୟରେ ଅସହ୍ୟ ହେଲାଣି ଗରମ । ବର୍ତ୍ତମାନ ସୁଦ୍ଧା ୧୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଛି । ତତଲାଗଡ଼ ପାଲଟିଛି ଟିଟିଲାଗଡ଼ । ଗତକାଲି ଟିଟିଲାଗଡ଼ରେ ସର୍ବାଧିକ ୪୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

waveଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଛି ଚାନ୍ଦବାଲି । ସେଠାରେ ତାପମାତ୍ରା ରହିଥିଲା ୪୦ ଦଶମିକ ୮ ଡିଗ୍ରୀ ସେଲସିୟସ୍‌ । ସେହିପରି ବଲାଙ୍ଗିର, ଭବାନୀପାଟଣା, ବୌଦ୍ଧରେ ପାରଦ ଛୁଇଁଛି ୪୦ ଦଶମିକ ୫ ଡିଗ୍ରୀ ସେଲସିୟସ୍‌ । ଭୁବନେଶ୍ୱର ଓ ସୋନପୁରରେ ୪୦ ଦଶମିକ ୨, ତାଳଚେର ୪୦ ଦଶମିକ ୧ ଏବଂ କଟକ ଓ ମାଲକାନଗିରିରେ ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବଢିବ ବୋଲି ପାଣଇପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ୧୪ ଓ ୧୫ରେ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.