ଆସନ୍ତା ୧୪ ତାରିଖରୁ ଆହୁରି ବଢିବ ଖରା, ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଢୁଛି ତାତି । ଗତକାଲି ୩୭ ଡିଗ୍ରୀ ଉପରେ ଥିଲା ୬ ସହର । ଆସନ୍ତା ୧୪ ତାରିଖରୁ ଆହୁରି ଟାଣ ଖରା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବ ପାରଦ । ରାଜ୍ୟରେ ୧୪ରୁ ୧୭ ତାରିଖ ମଧ୍ୟରେ ସାମୁଦ୍ରିକ ପବନ ବହିବାର ସମ୍ଭାବନା ନାହିଁ । ଉତ୍ତର-ପଶ୍ଚିମ ଦିଗରୁ ତତଲା ପବନ ବହିବ ।

ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ମଧ୍ୟ ୩୭ ଡିଗ୍ରୀ ଉପରେ ରହିବ । ଆସନ୍ତା ୧୮ରୁ ବଦଳିବ ପାଗ । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ କିଛି ସ୍ଥାନରେ ବର୍ଷା ହୋଇପାରେ । ଶୁକ୍ରବାର ବୌଦ୍ଧରେ ସର୍ବାଧିକ ୩୭.୫ ଡିଗ୍ରୀ ତାତି ରେକର୍ଡ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.