ଟ୍ରାପଲାଇନ ପ୍ରଭାବରେ ବହୁଛି ଝାଞ୍ଜି : ୩ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ପାଞ୍ଚଟି ଜିଲ୍ଲାରେ ହିଟ ୱେଭ ସତର୍କତା

ଅସହ୍ୟ ତାତିରେ ସନ୍ତୁଳି ହେଉଛି ଓଡ଼ିଶା। ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ସକାଳ ୧୦ଟାରୁ ପ୍ରବଳ ଝାଞ୍ଜିରେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି, ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଟ୍ରାପଲାଇନ ପ୍ରଭାବରେ ଦକ୍ଷିଣ ଛତିଶଗଡ ଓ ତେଲେଙ୍ଗାନା ଦେଇ ଓଡ଼ିଶା ଆଡକୁ ଗରମ ପବନ ବହୁଛି ।

ଏହା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ସମ୍ବଲପୁର, ଝାରସୁଗୁଡା, ଦେବଗଡ଼, ବରଗଡ଼, ନୂଆପଡା ଆଦି ସ୍ଥାନରେ ହିଟେଓ୍ଵଭ କଣ୍ଡିସନ ଜାରି ରହିବ । ସେହିପରି ୫ ଦିନ ପର‌୍ୟ୍ୟନ୍ତ କାଳବୈଶାଖୀ ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ୪୦ ରୁ ୫୦ କିଲୋମିଟର ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି । ଜୁନ ୧୫ ତାରିଖ ବେଳକୁ ମୌସୁମୀ ଓଡିଶା ଛୁଇଁବ । ଜୁନ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.