ଆସନ୍ତା ୬ରୁ ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ, କଳିଙ୍ଗ ଷ୍ଟାଡିୟମରେ ହେବ ଅନୁଷ୍ଠିତ

ଆସନ୍ତା ୬ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ଏଫଆଇଏଚ୍ ପୁରୁଷ ହକି ଫାଇନାଲ୍ ସିରିଜ । ଭାଗ ନେବେ ୮ଟି ଟିମ୍ । ସିରିଜରେ ଶୀର୍ଷ ଦୁଇ ଟିମ୍ ଅଲିମ୍ପିକ୍ସଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ସିରିଜରେ ଭାଗ ନେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତୀୟ ହକି ଖେଳାଳି । ଘରୋଇ ପରିବେଶରେ ଭରପୂର ଫାଇଦା ଉଠାଇ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ ନେଇ ଦଳ ଆଶାବାଦୀ ରହିଛି ।

ଭୁବନେଶ୍ୱରରେ ଭାରତୀୟ ହକି ଟିମ୍। ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲରେ ଭାଗ ନେବ ଦଳ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ହକି ସିରିଜ । ଏଥିପାଇଁ ଦଳ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । ଘରୋଇ ପରିବେଶ ସାଙ୍ଗକୁ ଘରୋଇ ଦର୍ଶକଙ୍କ ସମର୍ଥନ ଥିବାରୁ ଖେଳାଳିଙ୍କ ମନବଳ ଦୃଢ଼ ଥିବା କହିଛନ୍ତି ଭାରୀୟ ହକି ଟିମ୍ ଅଧିନାୟକ । ଅଲିମ୍ପିକରେ ସ୍ଥାନ ପାଇବା ପାଇଁ ଦଳ ପାଖରେ ଭଲ ସୁଯୋଗ ଥିବା କହିଛନ୍ତି କୋଚ୍ ।

india hockey team

ଭାରତୀୟ ହକି ଟିମ୍ ଭୁବନେଶ୍ୱର ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ସେମାନଙ୍କୁ ହୋଟେଲକୁ ନିଆଯାଇଛି । ହୋଟେଲର ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢ଼ାଇ ଦିଆଯାଇଛି । ଖେଳ ସମୟରେ ଷ୍ଟାଡିୟମ ଭିତରେ ଓ ବାହାରେ ଅଧିକ ସୁରକ୍ଷା କର୍ମୀ ମୁତୟନ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ଜୁନ୍ ୬ରୁ ୧୫ ତାରିଖ ଯାଏ କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ୍ ପୁରୁଷ ହକି ସିରିଜ ଫାଇନାଲରେ ଭାଗନେବେ ୮ଟି ଦଳ । ମନପ୍ରୀତ ସିଂଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଭାରତୀୟ ଟିମ୍ । ଦଳରେ ୫ ଓଡ଼ିଆ ଖେଳାଳି ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.