ନୂଆବର୍ଷରେ ଥରିବ ଓଡ଼ିଶା, ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

ନୂଆବର୍ଷରେ ହାଡ଼ ଥରାଇବ ଜାଡ଼ । ଡିସେମ୍ବର ୩୧ ରୁ ଆହୁରି ତଳକୁ ଖସିବ ପାରଦ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ରୁ ୪ ଡିଗ୍ରୀ ସେଲିସିୟସ ଯାଏଁ ତାପମାତ୍ରା ହ୍ରାସ ପାଇବ। ଉପକୂଳ ଓଡ଼ିଶାରେ ୨ ରୁ ୩ ଡିଗ୍ରୀ ଖସିବ ପାରଦ। ଡିସେମ୍ବର ୩୧, ଜାନୁଆରୀ ୧ ଓ ଜାନୁଆରୀ ୨ ତାରିଖ ପାଇଁ କିଛି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳ ପାଇଁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଏହି ସମୟରେ ଯେତେ ସମ୍ଭବ ରାତିରେ ଘରୁ ନବାହାରିବାକୁ କୁହାଯାଇଛି।

ପ୍ରାତଃ ଭ୍ରମଣକୁ ମଧ୍ୟ ବାରଣ କରାଯାଇଛି। ଶୀତ ଲହରୀ ଯୋଗୁ ଥଣ୍ଡାଜନିତ ରୋଗ ବଢ଼ିବା ସମ୍ଭାବନା ରହିଛି । ୩ ତାରିଖ ପରେ ପାଗ ପରିବର୍ତ୍ତନର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଖୋର୍ଦ୍ଧା ସମେତ ୭ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.