ଏଟିଏମରୁ ଟଙ୍କା ଉଠାଇବା ପୂର୍ବରୁ ଜାଣିନିଅନ୍ତୁ ଏହି ନିୟମ, ନଚେତ ଭରିବାକୁ ପଡିବ ମୋଟାଅଙ୍କର ପେନାଲ୍ଟୀ

ବ୍ୟାଙ୍କରେ ଏଟିଏମ୍‌ ସୁବିଧା ମିଳିବା ପରେ ଏହା ଲୋକଙ୍କ ଜୀବନର ଏକ ଅଙ୍ଗ ହୋଇଯାଇଛି। ଜରୁରୀ ସମୟରେ ଏହାର ବ୍ୟବହାର କରାଯାଏ। ଏମିତି ତ ସବୁ ବ୍ୟାଙ୍କ ତରଫରୁ ଏକ ମାସରେ ଏଟିଏମ ବ୍ୟବହାର କରିବାର ନିର୍ଦ୍ଧିଷ୍ଟ ସୀମା ରହିଛି। ନଚେତ ଏକ୍ସଟ୍ରା ଚାର୍ଜ ଭରିବାକୁ ପଡିବ। କିନ୍ତୁ କଣ ଆପଣ ଜାଣନ୍ତି ଏଟିଏମ୍‌ ସର୍ଭିସ ସମୟରେ ଅନ୍ୟାନ୍ୟ ଚାର୍ଜେସ୍‌ ମଧ୍ୟ କଟିଥାଏ। ଏଥିରେ ଲୋ ବାଲାନ୍ସରେ ଟ୍ରାନଜାକସନ୍‌ ଫେଲ୍‌ ହେବା ମଧ୍ୟ ଜରୁରୀ ହୋଇଥାଏ।

ଯଦି ଆପଣ କେବେବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ଯାଉଛନ୍ତି ତାହେଲେ କେତେ ବାଲାନ୍ସ ଅଛି ଦେଖନ୍ତୁ। ନଚେତ ଲୋକମାନେ ଜାଣିପାରିନଥାନ୍ତି ଏଟିଏମରୁ ଟଙ୍କା ଉଠାଇବାକୁ ଲାଗନ୍ତି। ଆଉ ପରେ ଟ୍ରାନଜାକସନ୍‌ ଫେଲ ହେବା ପରେ ଜଣାପଡେ ଯେ ଖାତାରେ ବାଲାନ୍ସ କମ୍‌ ଅଛି ଯେଉଁ କାରଣରୁ ଆପଣ ଟଙ୍କା ଉଠାଇ ପାରିଲେନି। ଏମିତି ସ୍ଥିତିରେ କଷ୍ଟମରକୁ ବ୍ୟାଙ୍କ୍‌ ତରଫରୁ ପେନାଲଟୀ ମିଳିଥାଏ। ଆପଣଙ୍କ ଖାତାରେ ଯଦି ପର୍ଯ୍ୟାପ୍ତ ଟଙ୍କା ନାହିଁ ତାହେଲେ ଯେତେବେଳେ ବି ଆପଣ ପୁର୍ନବାର ଟଙ୍କା ଜମା କରିବେ ସେତେବେଳେ ବ୍ୟାଙ୍କ ପୁର୍ବ ଜରିମାନା ଟଙ୍କା ସେଥିରୁ କାଟିଦେବ। ଯଦି ଏହି ଭୁଲ ବାରମ୍ବାର ହେଉଥାଏ ତାହେଲେ ଅନେକ ଥର ଡବଲ ପେନାଲଟୀ ମଧ୍ୟ ଲାଗିପାରେ।

ସମସ୍ତ ବ୍ୟାଙ୍କ ଲୋ ବାଲାନ୍ସ ଥିବା କାରଣରୁ ଏଟିଏମ ଟ୍ରାନଜାକସନ୍‌ ଫେଲ ହେବା ଦ୍ୱାରା ଚାର୍ଜ ନେଇଥାନ୍ତି। ସମସ୍ତ ବ୍ୟାଙ୍କର ଶୁଳ୍କ ଅଲଗା ଅଲଗା ହୋଇଥାଏ। ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କରେ ଟ୍ରାନଜାକସନ୍‌ ଫେଲ୍‌ ହେଲେ ଅଧିକତମ ୨୫ ଟଙ୍କା ଚାର୍ଜ ଲାଗିଥାଏ। ସେହିପରି ଏସବିଆଇ ୨୦ ଟଙ୍କା, ଆଇଡିବିଆଇ ବ୍ୟାଙ୍କ୍‌ ୨୦ ଟଙ୍କା, ୟସ୍‌ ବ୍ୟାଙ୍କ ୨୫ ଟଙ୍କା ଏବଂ ଏକ୍ସିସ୍‌ ବ୍ୟାଙ୍କ ୨୫ ଟଙ୍କା ଚାର୍ଜ ନେଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.