ଜାଡ଼ରେ ଥରୁଛି ଦକ୍ଷିଣ ଓ ଉପକୂଳ ଓଡ଼ିଶା , ଅନେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

କେନ୍ୟୁଜ୍ : ଜାଡ଼ରେ ଥରୁଛି ଦକ୍ଷିଣ ଓ ଉପକୂଳ ଓଡ଼ିଶା । ସାମୁଦ୍ରିକ ଝଡ଼ ପେଥାଇ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ପାରଦ ତଳକୁ ଖସି ଆସିଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ସହ ବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଲାଣି । ଶୀତ ଲହରୀ ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି । ବିଶେଷକରି ଗରିବ ଲୋକଙ୍କ ଦୁଃଖ ବଢ଼ିଯାଇଛି । ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି ।

Odisha-Mainଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସାରା ସହର । ସକାଳ ୯ଟା ପୂର୍ବରୁ ରାସ୍ତାଘାଟ କିଛି ଦେଖାଯାଉନି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ନିଆଁଜାଳି ପୁଇଁ ହେଉଥିବାର ଦେଖିବାକୁ ମିଳିଛି । ସେହିପରି ଶୀତ ଯୋଗୁ ସକାଳୁ ସକାଳୁ ରାସ୍ତାଘାଟରେ ମଧ୍ୟ କମ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି । ଆସନ୍ତା ଦିନେ ଦୁଇ ଦିନ ଯାଏ ପାଗ ଅପରିବର୍ତ୍ତିତ ରହିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.