ଦୁଇ ଦିନ ଧରି ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି, ଗାଁ ଭିତରେ ପାଣି ଓ ବହୁ ଚାଷ ଜମି ଜଳମଗ୍ନ

କଳାହାଣ୍ଡି(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି। ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଜୟପାଟଣା ବ୍ଲକର ହାତୀନଦୀ କୂଳରେ ଥିବା ବାନେର, ପିପଲଗୁଡା, କାଦୋପଦର ଗାଁରେ ବନ୍ୟାପାଣି ଘରେ ଘରେ ପଶିଛି। ସେହିଭଳି କଲମପୁର ବ୍ଲକର ପୋରୁଆଗୁଡା, ମାଟିଖାଲ, ବାଲିଛଡା, କର୍ମେଲ ଗାଁରେ ବନ୍ୟାଜଳ ଗାଁ ଭିତରକୁ ପଶିଥିବା ବେଳେ ବହୁ ଚାଷ ଜମି ଜଳମଗ୍ନ ହୋଇଛି।

ପ୍ରବଳ ବର୍ଷା ଯୋଗୁଁ ଘରେ ଘରେ ପାଣି ପସି ଯାଇଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବହୁ ସ୍ଥାନରେ ଘର ମଧ୍ୟ ଭାଙ୍ଗିଥିବା ଅଭିଯୋଗ ହେଉଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବନ୍ୟାଜଳ ନିଷ୍କାସନ ହେବା ଫଳରେ ନଦୀକୂଳିଆ ଗାଁମାନଙ୍କରେ ବନ୍ୟା ସ୍ଥିତି ଦେଖାଦେଇଛି। ଏହା ଫଳରେ ହେକ୍ଟର ହେକ୍ଟର ଜମିରେ ବ୍ୟାପକ ଫସଲ ନଷ୍ଠ ହେବା ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.