ଘଣ୍ଟା ଘଣ୍ଟା ଧରି ଫସି ରହିବା ପରେ ୧୨ ଜଣ ଜଳବନ୍ଦୀ ଶ୍ରମିକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ନବରଙ୍ଗପୁର (କେନ୍ୟୁଜ୍‌) : ଜଳବନ୍ଦୀ ହୋଇ ରହିଥିଲେ ୧୨ ଜଣ ଶ୍ରମିକ । ସେମାନଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଚିରମା ଗ୍ରାମ ନିକଟରେ ।

ଏଠାରେ ଥିବା ଚିର୍ମା ଘାଟରେ ଇନ୍ଦ୍ରାବତୀ ନଦୀ ଉପରେ ତିଆରି ହେଉଛି ଏକ ପୋଲ । ଏଇ ପୋଲ ନିର୍ମାଣ କାମରେ ନିୟୋଜିତ ଥିବା ଶ୍ରମିକ ଏକ ଅସ୍ଥାୟୀ ଘର ତିଆରି କରି ସେଠାରେ ରହୁଥିଲେ । ଦୁଇ ଦିନ ଧରି ଲଗାଣ ବର୍ଷା ଫଳରେ ଆଜି ସକାଳୁ ଚିରମା ଘାଟର ଜଳସ୍ତର ହଠାତ୍‌ ବଢିବାକୁ ଲାଗିଲା । ଫଳରେ ଅସ୍ଥାୟୀ ଘରେ ଥିବା ୧୨ଜଣ ଶ୍ରମିକ ସେଠାରୁ ବାହାରି ପାରିନଥିଲେ । ସେହି ଅସ୍ଥାୟୀ ଘର ଚାରିପଟେ ପ୍ରବଳ ପାଣି ଘେରି ଗଲା । ସେମାନେ ଆଉ ସେଠାରୁ ବାହାରି ପାରିଲେ ନାହିଁ ।

ଦୀର୍ଘ ସମୟ ଧରି ଜଳବନ୍ଦୀ ହୋଇ ରହିବା ପରେ ବ୍ଲକ ପ୍ରଶାସନ ପାଖରେ ଖବର ପହଞ୍ଚିଲା । ତୁରନ୍ତ ତହସିଲଦାର ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ପ୍ରବଳ ବର୍ଷା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀମାନେ ଏଇ ୧୨ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହେଇଛନ୍ତି । ଯେଉଁଥି ପାଇଁ ସ୍ଥାନୀୟ ଲୋକ ଏବଂ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.