ନବରଙ୍ଗପୁର: ଲଗାଣ ବର୍ଷା ଯୋଗୁ ବିପଦ ସଙ୍କେତ ନିକଟରେ ଇନ୍ଦ୍ରାବତୀ ଜଳସ୍ତର, ଖୋଲାଯାଇଛି ୨ ଓ ୬ନଂ ଗେଟ୍

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ବର୍ଷା ଥମିବାର ନାଁ ନେଉନି । ଲଗାଣ ବର୍ଷା ଯୋଗୁ ଇନ୍ଦ୍ରାବତୀ ଜଳଭଣ୍ଡାର ଜଳ ସ୍ତର ବିପଦ ସଙ୍କେତ ନିକଟରେ ପ୍ରବାହିତ ହେଉଛି । ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୪୨ ମିଟର ରହିଥିବା ବେଳେ ଏବେ ଜଳ ସ୍ତର ୬୪୧.୧୫ ମିଟର ରହିଛି । ଗେଟ ନମ୍ବର ୨ ଓ ଗେଟ ନଂ ୬କୁ ଖୋଲାଯାଇଛି । ଲଗାଣ ବର୍ଷା ସାଙ୍ଗକୁ ଗେଟ ଖୋଲାଯାଇଥିବାରୁ ତଳି ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ନନ୍ଦାହାଣ୍ଡି, ତେନ୍ତୁଳିଖୁଣ୍ଟି, ନବରଙ୍ଗପୁର, କୋଷାଗୁମୁଡ଼ା ବ୍ଲକର ନଦୀ ତଟ ବର୍ତ୍ତୀ ଗାଁରେ ସ୍ଥିତି ଗମ୍ଭୀର ରହିବାର ଆଶାଙ୍କା ରହିଛି । ବର୍ଷା ଯୋଗୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନଥିବା ବେଳେ ଚାଷୀ, ବ୍ୟବସାୟୀ ମଧ୍ୟ ପ୍ରଭାବିତ ହେଉଛନ୍ତି ।

Leave A Reply

Your email address will not be published.