ଭିଜୁଛି ଉପକୂଳ ଓଡ଼ିଶା, ଭୁବନଶ୍ୱର ଓ କଟକ ସହରରେ ଲାଗି ରହିଛି ପ୍ରବଳ ବର୍ଷା

ଭୁବନେଶ୍ୱର(କେନ୍ୟୁଜ୍): ବଙ୍ଗୋରସାଗରରେ ସକ୍ରିୟ ରହିଛି ଲଘୁଚାପ । ଭିଜୁଛି ଉପକୂଳ ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଲଗାଣ ବର୍ଷା ଚାଲିଛି । ଭୁବନଶ୍ୱର ଓ କଟକ ସହରରେ ଗତକାଲି ରାତିରୁ ଲାଗି ରହିଛି ତୀବ୍ର ବର୍ଷା । ଟୁଇନ୍‌ ସିଟିରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଛି ।

ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ । ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥ୍ନାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ । ୧୨-୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଆଉ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ବର୍ଷା ପରିମାଣ ସାମାନ୍ୟ ହ୍ରାସ ପାଇବ । କାଲି ପାଇଁ ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୭ ତାରିଖରେ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.