ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିର ଛାଡି ଏବେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ । ପତ୍ନୀ ମହାଲକ୍ଷ୍ମୀଙ୍କୁ ନନେଇ ସାଙ୍ଗରେ ଭାଇ-ଭଉଣୀଙ୍କୁ ନେଇ ଆସିଥିବାରୁ ଅଭିମାନ କରିଛନ୍ତି ମା’ ଲକ୍ଷ୍ମୀ ଠାକୁରାଣୀ । ଏନେଇ ଆଜି ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହେବ । ମା’ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଯାଇ ଆଜି ରଥ ଭାଙ୍ଗିବେ । ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ସନ୍ଧ୍ୟା ଧୂପ ପରେ ଶ୍ରୀମନ୍ଦିରରୁ ନିଜ ପାରିଷଦ ବର୍ଗଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ଯିବେ ।

maa laxmiଶରଧାବାଲିରେ ଥିବା ରଥ ନିକଟରେ ପହଂଚିବା ପରେ ପତିମହାପାତ୍ର ଓ ଅନ୍ୟ ସେବାୟତଙ୍କ ସହାୟତାରେ ରଥ ତଳ ନୀତି ସମ୍ପନ୍ନ ହେବ । ପରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ଜଗମୋହନକୁ ବିଜେ କରିବେ । ସେଠାରେ ଆଜ୍ଞାମାଳ ଲାଗି ପରେ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଆଜି ପବିତ୍ର ହେରା ପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.