ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ : ଯୋଗାଇ ଦିଆଯିବ ୨୫ ଏକର ଜମି

ଭୁବନେଶ୍ବର : ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ। ଐତିହ୍ୟ କ୍ୟାବିନେଟ୍‌ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ । ଏଥିପାଇଁ ୨୫ ଏକର ଜମି ଯୋଗାଇ ଦିଆଯିବ। ଏହା ସହ ଓଡ଼ିଶା ସଂସ୍କୃତି ଓ ଐତିହ୍ୟ ନୀତିକୁ ମଧ୍ୟ କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ସେହିପରି ରାଜ୍ୟରେ ଓଡ଼ିଆ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରାଯିବ । ଏଥିପାଇଁ ନିର୍ଦ୍ଦେଶକ ପଦବୀ ସୃଷ୍ଟି ହେବ। ଆନନ୍ଦଭବନ ସଂଗ୍ରହାଳୟ ପାଇଁ ଟ୍ରଷ୍ଟ ଗଠନକୁ ଅନୁମୋଦନ କରାଯାଇଛି । ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ରର ମଧ୍ୟ ଉନ୍ନତୀକରଣ କରାଯିବ। ଆନନ୍ଦଭବନ ଟ୍ରଷ୍ଟ ପାଇଁ ସ୍ୱତନ୍ତ୍ର କର୍ପସ ଫଣ୍ଡ୍‌ ରହିବ।

ଐତିହ୍ୟ କ୍ୟାବିନେଟ୍‌ରେ ମୋଟ୍‌ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । କ୍ୟାବିନେଟ୍‌ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଐତିହ୍ୟ କ୍ୟାବିନେଟ୍‌ର ସଦସ୍ୟ ଥିବା ୭ ଜଣ ମନ୍ତ୍ରୀ ଉପସ୍ଥିତ ଥିଲେ ।୨୦୧୭ ମସିହା ଡିସେମ୍ବର ୨୬ ତାରିଖରେ ପୁରୀରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଐତିହ୍ୟ କ୍ୟାବିନେଟ ଗଠନ ନେଇ ନିଷ୍ପତ୍ତି ହୋଇଥିଲା । ଜୁଲାଇ ୧୨ ତାରିଖରେ ଐତିହ୍ୟ କ୍ୟାବିନେଟ୍‌ ଗଠନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ହୋଇଥିଲା ବିଧିବଦ୍ଧ ବିଜ୍ଞପ୍ତି । ଆଜି ବସିଥିଲା ଐତିହ୍ୟା କ୍ୟାବିନେଟ୍‌ର ପ୍ରଥମ ବୈଠକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.