Below header

ଡେଲିଉଡ୍‌ ମିସ୍‌ ଇଣ୍ଡିଆ ରିତୁ ସନ୍ତୁକାଙ୍କୁ ସମ୍ବର୍ଦ୍ଧିତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର : ଡେଲିଉଡ୍‌ ମିସ୍‌ ଇଣ୍ଡିଆ ରିତୁ ସନ୍ତୁକାଙ୍କୁ ସମ୍ବର୍ଦ୍ଧିତ କଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଦିଲ୍ଲୀରେ ଅନୁଷ୍ଠିତ ଡେଲିଉଡ୍‌ ମିସ୍‌ ଇଣ୍ଡିଆ-୨୦୧୮ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଓଡିଆ ଝିଅ ଋତୁ । ସାରା ଭାରତରୁ ଏକ ହଜାରରୁ ଅଧିକ ପ୍ରତିଯୋଗୀଙ୍କୁ ମାତ୍‌ ଦେଇ ସେ ଏହି ସଫଳତା ହାତେଇଛନ୍ତି । ଏହି ସଫଳତା ପଛରେ ତାଙ୍କ ମା’ଙ୍କ ପ୍ରେରଣା ଅଛି ବୋଲି ସେ କହିଛନ୍ତି । ପ୍ରତ୍ୟେକ ଝିଅଙ୍କ କିଛି ସ୍ୱପ୍ନ ଥାଏ । ପରିବାରର ସମର୍ଥନ ଫଳରେ ସେ ତାଙ୍କର ଏହି ସ୍ୱପ୍ନ ସାକାର କରିପାରିଛନ୍ତି । ଆଗକୁ ବଲିଉଡ୍‌ରେ ପାଦ ଥାପିବା ସହ ସର୍ବଭାରତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.