ଏଚ.ଏଫ.ଏମ.ଡି. ଟମାଟୋ ଫ୍ଲୁ ନୁହେଁ : ଆତଙ୍କିତ ହେବାର କୌଣସି କାରଣ ନାହିଁ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ୨୬ ଜଣ ହ୍ୟାଣ୍ଡ ଫୁଟ ଆଣ୍ଡ ମାଉଥ ଡିଜିଜ-HFMD ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଏଚଏଫଏମଡି ଟମାଟୋ ଫ୍ଲୁ ନୁହେଁ । ଏହାକୁ ନେଇ ଆତଙ୍କିତ ହେବାର କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଟମାଟୋ ଫ୍ଲୁ ନେଇ ICMR କି NCDC କୌଣସି ଗାଇଡଲାଇନ ଜାରି କରିନାହାନ୍ତି । HFMD ନେଇ ସବୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ସର୍ଭେଲାନ୍‌ସ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ରାଜ୍ୟରେ ଫ୍ଲୁ ରୂପ ବଦଳାଇ ଆସୁଥିବାରୁ ସତର୍କ ରହିବା ସହ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାମ୍ପୁଲ ଟେଷ୍ଟ ଉପରେ ଗୁରୁତ୍ୱ ଦେଉଛି । HMFD ପାଇଁ ସ୍ୱତନ୍ତ୍ର ଟିକା କିମ୍ବା ମେଡିସିନ ନାହିଁ । କେବଳ ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଉଛି । ରାଜ୍ୟରେ HFMD ପଜିଟିଭ ନମୁନା ଗୁଡିକୁ ଜିନମ ସିକ୍ୱେନ୍ସିଂ ଲାଗି NIV ପୁନେକୁ ପଠାଯାଇଛି । ପିଲାମାନଙ୍କୁ ଜ୍ୱର, ଭୋକ ନ ଲାଗିବା, ପାଟି ପାଖରେ ଘା ହେବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.