୫ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି, ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ସରକାରଙ୍କ ମେଡିକାଲ ବ୍ୟତୀତ ଅନ୍ୟ ଅନୁଷ୍ଠାନରେ ଯୋଗ ଦେବାକୁ ଚାହୁଁଥିବା ଡାକ୍ତରଙ୍କୁ ରାଜ୍ୟ ସରକାର ଅକ୍ଟୋବର ୫ ତାରିଖ ପୂର୍ବରୁ ଏନଓସି ଦେବାକୁ କହିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ନୋ ଅବଜେକ୍ସନ୍‌ ସାର୍ଟିଫିକେଟ ଦେଉନଥିବା ଅଭିଯୋଗରେ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ଶୁଣାଣି କରି ଏହା କହିଛନ୍ତି ଅଦାଲତ ।

କରୋନା ମହାମାରୀ ଓ ରାଜ୍ୟରେ ଡାକ୍ତର ଅଭାବ କାରଣ ଦର୍ଶାଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନଓସି ପାଇଁ କରାଯାଇଥିବା ଦରଖାସ୍ତ ଖାରଜ କରାଯାଇଛି । ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତିକୁ ରଦ୍ଦ କରିବା ସହିତ ଅକ୍ଟୋବର ୫ ତାରିଖ ପୂର୍ବରୁ ଆବେଦନକାରୀ ଡାକ୍ତରଙ୍କୁ ଏନଓସି ଦେବାକୁ କହିଛନ୍ତି । ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଶିବଶଙ୍କର ଦାସଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.