Below header

୬୦ନଂ NHର ଲକ୍ଷ୍ମଣନାଥରେ ଜଳେଶ୍ଵର କୋର୍ଟ ଗୃହ ଉଦ୍‌ଘାଟିତ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

କେନ୍ୟୁଜ ବ୍ୟୁରୋ : ବାଲେଶ୍ଵର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥଠାରେ ଆଜି ନୂତନ ଜଳେଶ୍ଵର କୋର୍ଟ ଗୃହ ଉଦ୍‌ଘାଟିତ ହୋଇଛି । ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ମହମ୍ମଦ ରଫିକଙ୍କ ଦ୍ଵାରା ଭିଡିଓ କନ୍‌ଫରେନ୍ସିଂରେ ଏହା ଉଦ୍‌ଘାଟିତ ହୋଇଥିଲା। ଏକ କୋଟି ୩୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୫ ଏକର ପରିମିତ ଜାଗାରେ ଏହି ଗୃହ ପ୍ରତିଷ୍ଠା ହୋଇଛି । ଉଦ୍‌ଘାଟନ ଉତ୍ସବରେ ବାଲେଶ୍ଵର ଏସ୍‌ପି, ଜିଲ୍ଲାପାଳ, ଜିଲ୍ଲା ଦୌରାଜଜଙ୍କ ସମେତ ଜଳେଶ୍ଵର, ବସ୍ତା, ଭୋଗରାଇ ବାର୍‌ ଆସୋସିଏସନର ଓକିଲମାନେ ଉପସ୍ଥିତ ଥିଲେ ।

ଜଳେଶ୍ଵର ସହରଠାରୁ ୫ କିଲୋମିଟର ଦୂରରେ ଓଡିଶା ଏବଂ ପଶ୍ଚିମବଙ୍ଗ ସୀମାନ୍ତରେ ଏହି କୋର୍ଟଗୃହ ପ୍ରତିଷ୍ଠା ହୋଇଛି। କୋର୍ଟକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଜନସାଧାରଣଙ୍କ ଗମନାଗମନ ଓ ନିରାପତ୍ତା ଦୃଷ୍ଟିରୁ କୋର୍ଟ ନିକଟରେ ଏକ ପୋଲିସ ଫାଣ୍ତି ପ୍ରତିଷ୍ଠା କରିବା , କୋର୍ଟ ସଂଲଗ୍ନ ଜାତୀୟ ରାଜପଥରେ ଉଡନ୍ତାପୋଲ ର୍ନିମାଣ କରିବା , ୱାଟର ଏଟିଏମ୍‌ ପ୍ରତିଷ୍ଠା କରିବା ଓ ମୋ-ବସ୍‌ ସେବା ଯୋଗାଇବା ଆଦି ୫ ଦଫା ଦାବି ଜଳେଶ୍ଵର ଓକିଲ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ବାଲେଶ୍ଵର ଜିଲ୍ଲାପାଳ ଓକିଲମାନଙ୍କର ଦାବି ଶୁଣିବା ପରେ ,ଖୁବଶୀଘ୍ର ଗମନାଗମନ ପାଇଁ ମୋ-ବସ ସେବା ଏବଂ ୱାଟର ଏଟିଏମ୍‌ ପ୍ରତିଷ୍ଠା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.