ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ମିଳିଲା ବେଲ୍, ହାଇକୋର୍ଟ ଦେଲେ ସର୍ତ୍ତମୂଳକ ଜାମିନ

୪ ବର୍ଷ ପରେ ଚୌଦ୍ୱାର ଜେଲରୁ ମୁକୁଳିବେ ସନ୍ତୋଷ ରାଉଳ ଓରଫ ସାରଥୀ। କେନ୍ଦ୍ରାପଡ଼ା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ତାଙ୍କୁ ଆଜି ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ପୂର୍ବରୁ ସାରଥୀଙ୍କୁ ଅନ୍ୟ ଦୁଇଟି ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏବେ ହାଇକୋର୍ଟ ତୃତୀୟ ତଥା ଅନ୍ତିମ ମାମଲାରେ ଜାମିନ ମଂଜୁର କରିଥିବାରୁ ସାରଥୀ ଜେଲରୁ ବାହାରକୁ ଆସିବେ ବୋଲି ସ୍ପଷ୍ଟ ହୋଇଛି।

ଆହୁରି ପଢନ୍ତୁ: ଜାଣିଛନ୍ତି କି କମ୍ପ୍ୟୁଟର କିବୋର୍ଡରେ ସବୁ ଅକ୍ଷର କାହିଁକି କ୍ରମରେ ନଥାନ୍ତି? ଜାଣନ୍ତୁ କ’ଣ ହୋଇପାରେ ଏହାର କାରଣ

ସନ୍ତୋଷ ରାଉଳ ଓରଫ ସାରଥୀଙ୍କୁ ମିଳିଲା ଜାମିନ । କେନ୍ଦ୍ରାପଡା ଥାନାରେ ମମତା ସ୍ୱାଇଁଙ୍କ ପକ୍ଷରୁ ରୁଜୁ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି । ଦୁଇ ଲକ୍ଷ ଟଙ୍କା ଲେଖାଁଏ ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ । ମାମଲାର ସାକ୍ଷୀମାନଙ୍କୁ କୌଣସି ପ୍ରକାର ପ୍ରଭାବିତ କରିପାରିବେ ନାହିଁ। ଏହାସହ ତଳକୋର୍ଟ ଚାହିଁଲେ ଆଉ ଅଧିକ କିଛି ସର୍ତ୍ତ ରଖିପାରିବେ ବୋଲି ହାଇକୋର୍ଟ କହିିଛନ୍ତି। ପୂର୍ବରୁ ହାଇକୋର୍ଟ ଗୋଟିଏ ଓ ସୁପ୍ରିମକୋର୍ଟ ଅନ୍ୟ ଏକ ମାମଲାରେ ଜାମିନ ପ୍ରଦାନ କରିଥିଲେ। କେନ୍ଦ୍ରାପଡା ଏସଡିଜେଏମଙ୍କ ଅଦାଲତରେ ବେଲ୍‌ ବଣ୍ଡ ଦାଖଲ ପରେ ସାରଥୀ ଚୌଦ୍ୱାର ଜେଲରୁ ଖୁବଶୀଘ୍ର ମୁକୁଳିବେ ବୋଲି କହିଛନ୍ତି ତାଙ୍କ ଓକିଲ।

ଆହୁରି ପଢନ୍ତୁ: ପାହାଡ଼ରେ ବର୍ଷାର ଅନୁଭବ ନେବାକୁ ଚାହାଁନ୍ତି କି, ତା’ହେଲେ ଥରେ ନିଶ୍ଚୟ ବୁଲି ଆସନ୍ତୁ ଏହି ସବୁ ଜାଗା

ହାଇଦ୍ରାବାଦ ଗୋଲକୁଣ୍ଡା ହୋଟେଲରେ ବିବାଦୀୟ ମେଡିକାଲ ଛାତ୍ରୀଙ୍କୁ ନେଇ ରାତ୍ରିଯାପନ କରିବାରେ ଫଟୋ ଗଣମାଧ୍ୟମରେ ଆସିବା ପରେ ବିବାଦୀୟ ହୋଇପଡ଼ିଥିଲେ ସାରଥୀ । ୨୦୧୫ ଅଗଷ୍ଟ ୮ରେ କ୍ରାଇମବ୍ରାଞ୍ଚ କେନ୍ଦ୍ରାପଡ଼ା ବାରିମୂଳ ସ୍ଥିତ ଆଶ୍ରମରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା । କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରଥମେ ତାଙ୍କ ବିରୋଧରେ ଆର୍ଥିକ ଅନିୟମିତତା ନେଇ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ସାରଥୀଙ୍କ ୩୩ଟି ବ୍ୟାଙ୍କ ଆକାଉଣ୍ଟରୁ ପ୍ରାୟ ୩ କୋଟି ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ । ବିପୁଳ ପରିମାଣର ସୁନାରୁପା ମଧ୍ୟ ଜବତ ହୋଇଥିଲା। ବିବାଦୀୟ ଯୁବତୀଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚରେ ୧୯/୧୫ରେ ମାମଲା ରୁଜୁ ହୋଇଥିଲା । ଶେଷରେ ଆଶ୍ରମର ଅନ୍ତେବାସିନୀ ମମତା ସ୍ୱାଇଁଙ୍କ ଅଭିଯୋଗ ଆଧାରରେ ୨୦/୨୦୧୫ରେ ମାମଲା ରୁଜୁ ହୋଇଥିଲା। ମହିଳାଙ୍କୁ ଅସଦାଚରଣ ଓ ସମ୍ପତ୍ତି ହଡପ ଆଦିର ଅଭିଯୋଗ ଆସିଥିଲା। ପ୍ରଥମ ଦୁଇଟି ମାମଲାରେ ପୂର୍ବରୁ ସାରଥୀ ଜାମିନ ପାଇ ସାରିଥିବାବେଳେ ଏବେ ଶେଷ ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.