ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଏସଏଲସି, ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଆସନ୍ତା ସପ୍ତାହରେ ପୁଣି ଚାଲିବ କମ୍ପାନୀ

ଖୁବଶୀଘ୍ର ପୁନଃ କାର୍ଯ୍ୟକ୍ଷମ ହେବ ବିଶ୍ରା ଷ୍ଟୋନ ଲାଇମ କମ୍ପାନୀ ଲିମିଟେଡ-ବିଏସଏଲସି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଆସନ୍ତା ସପ୍ତାହରେ କମ୍ପାନୀ ପୁଣି ଚାଲିବ । SAIL ଏବଂ ଆରଆଇଏନଏଲ ବିଏସଏଲସରୁ ଡୋଲମାଇଟ କିଣିବାକୁ ସହମତି ପ୍ରକାଶ କରିଛନ୍ତି । ଏ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ଏବଂ ସେଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ୧୯୧୦ ମସିହାରୁ ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁରରେ BSLC କାର୍ଯ୍ୟ କରିଆସୁଥିଲା । ତେବେ ଆର୍ଥିକ ସଙ୍କଟରୁ କିଛି ଦିନ ହେଲା ଏହି କଂପାନୀ ବନ୍ଦ ରହିଛି । ଏ ନେଇ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଓ ସ୍ଥାନୀୟ ବିଧାୟକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଇସ୍ପାତ ମନ୍ତ୍ରାଳୟ ଏହି ପଦକ୍ଷେପ ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.