କିସ୍‌ ଏବଂ କିଟ୍‌ ଆୟୋଜନ କରିବାକୁ ଯାଉଛି ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩, ପ୍ରାୟ ୪୫ ବର୍ଷ ପରେ ଭାରତକୁ ମିଳିଛି ଏଭଳି ଅପୂର୍ବ ସୁଯୋଗ

କିସ୍‌ରେ ଆୟୋଜିତ ହେବ ବିଶ୍ୱ ନୃବିଜ୍ଞାନ କଂଗ୍ରେସ । ଯାହା ଏକ ବଡ଼ ସଫଳତା । କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଉତ୍କଳ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ହେବ ବିଶ୍ୱର ସର୍ବ ବୃହତ ୱାର୍ଲ୍ଡ କଂଗ୍ରେସ ଅଫ୍‌ ଆନ୍ଥ୍ରୋପୋଲୋଜି-୨୦୨୩ । ପ୍ରତି ୫ ବର୍ଷରେ ଥରେ ଏହି କଂଗ୍ରେସ ଆୟୋଜନ ହେଉଥିବା ବେଳେ ୨୦୨୩ରେ କିଟ୍‌ ଓ କିସ୍‌ରେ ଏହା ଆୟୋଜିତ ହେବାକୁ ଯାଉଛି । କିସ୍‌ରେ ବିଶ୍ୱର ଏହି ସମ୍ମାନଜନକ କଂଗ୍ରେସ ଆୟୋଜନ କରିବା ପାଇଁ ଗତ ୫ ବର୍ଷ ଧରି କିସ୍‌ ଉଦ୍ୟମ କରିଆସୁଥିଲା । ଶେଷରେ ୨୦୨୩ରେ ଏହାକୁ ଆୟୋଜନ କରିବା ପାଇଁ କିସ୍‌କୁ ସୁଯୋଗ ମିଳିଛି ।

ଆହୁରି ପଢନ୍ତୁ: ଫଟୋ ଦେଖି ଆଶ୍ଚର୍ଯ୍ୟ ଲାଗୁଥିବା ଏହି ସ୍ଥାନରେ ବସବାସ କରୁଛନ୍ତି ମଣିଷ, ବିଶ୍ବାସ ହେଉନିନା !

ଦୀର୍ଘ ୪୫ ବର୍ଷ ପରେ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି କଂଗ୍ରେସ ଆୟୋଜନ ପାଇଁ ଅଲିମ୍ପିକ୍‌, ଫିଫା, ବିଶ୍ୱକପ୍‌ କ୍ରିକେଟ୍‌ ଭଳି ବିଶ୍ୱସ୍ତରୀୟ ବିଡିଂ କରାଯାଇଥାଏ । ୨୦୧୪ରେ କିସ୍‌ ଏହି ବିଡିଂରେ ଅଂଶଗ୍ରହଣ କରିଥିଲେ ମଧ୍ୟ ବ୍ରାଜିଲ୍‌ ଏହି ସୁଯୋଗ ପାଇଥିଲା । ଚଳିତ ବର୍ଷ ବ୍ରାଜିଲ୍‌ରେ ଗତ ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ୫ ହଜାରରୁ ଅଧିକ ନୃତତ୍ତ୍ୱବିତ୍‌ ଯୋଗଦେଇଥିଲେ । ଏହି କଂଗ୍ରେସରେ କିସ୍‌କୁ ବିଶ୍ୱର ସର୍ବବୃହତ ନୃବିଜ୍ଞାନ ପରୀକ୍ଷାଗାରର ଆଖ୍ୟା ଦିଆଯାଇଥିବା ବେଳେ ଏଥିପାଇଁ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ କିସ୍‌କୁ ସମ୍ପୂର୍ଣ୍ଣ ସମର୍ଥନ ମିଳିଥିଲା ।

୨୦୨୩ ଜାନୁଆରି ମାସରେ କିଟ୍‌ ଓ କିସ୍‌ରେ ଏହି ବିଶ୍ୱ ନୃବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶ୍ୱର ୧୫୦ଟି ଦେଶରୁ ୧୦ ହଜାରରୁ ଅଧିକ ନୃତତ୍ତ୍ୱବିତ୍‌, ଶିକ୍ଷାବିତ୍‌, ଗବେଷକ, ଓ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.