ସ୍ଥାୟୀ ହେବେ ୬ଶହ ଡାଟା ଏଣ୍ଟ୍ରି ଅପରେଟର, ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଯୋଗୁ ପ୍ରାୟ ୬ ଶହ ଠିକା ଡାଟାଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣା ପଡିଛି।

(କେନ୍ୟୁଜ): ନିୟମିତ ହେବେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟର । ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକୁ କାଏମ ରଖିଛନ୍ତି ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ତେବେ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ଦୁଇ ଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ ରାଜ୍ୟ ସରକାର। କୋର୍ଟ ଏହି ମାମଲାର ଶୁଣାଣି କରି ଆଜି ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି । ଫଳରେ ରାଜ୍ୟର ବିଭିନ୍ନ ତହସିଲରେ କାର୍ଯ୍ୟରତ ଠିକା ଡାଟା ଅପରେଟରଙ୍କୁ ମିଳିଛି ଆଶ୍ୱସ୍ତି ।

ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଯୋଗୁ ପ୍ରାୟ ୬ ଶହ ଠିକା ଡାଟାଏଣ୍ଟ୍ରି ଅପରେଟର ଉପକୃତ ହେବେ ବୋଲି ଜଣା ପଡିଛି। ପୂର୍ବରୁ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ତିନି ମାସ ମଧ୍ୟରେ ନିୟମିତ କରିବାକୁ ହାଇକୋର୍ଟଙ୍କ ଜଣିକିଆ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକସେବା ଭବନ, ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟ, ଗୋପବନ୍ଧୁ ଏକାଡେମୀ, ବିଭିନ୍ନ ସବ୍‌ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ଏହି ନିର୍ଦ୍ଦେଶନାମାରେ କହିଥିଲେ।

୨୦୦୬ ମସିହାଠାରୁ ବିଭିନ୍ନ ବିଭାଗରେ ଅନେକ ଆଉଟ ସୋର୍ସିଂ ଦ୍ୱାରା ନିୟୋଜିତ ଠିକା କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ସେମାନେ କୌଣସି ସରକାରୀ ସୁବିଧା ସୁଯୋଗ ପାଉ ନ ଥିଲେ । ତେବେ ରଶ୍ମୀରେଖା ଦାସଙ୍କ ସମେତ ଏକାଧିକ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିୟମିତ କରିବା ପାଇଁ ମାମଲା ଦାୟର କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.