ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ବଦନାମ କରିବାକୁ କହିଁକି କରାଯାଉଛି ହୀନ ଚକ୍ରାନ୍ତ?

କଟକ (କେନ୍ୟୁଜ୍):  ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବଦନାମ କରିବାକୁ ହୀନ ଚକ୍ରାନ୍ତ ହୋଇଥିବା କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରୀ । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସହ 5T ସଚିବ ଭି.କେ ପାଣ୍ଡିଆନଙ୍କ ଫଟୋକୁ ଯେଭଳି ଚିତ୍ରଣ କରାଯାଇଛି ତାକୁ ମିଥ୍ୟା ଓ ବଦନାମ କରିବାକୁ ହୀନ ଚକ୍ରାନ୍ତ ବୋଲି କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରୀ । ଏ ନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଏହି ଫଟୋ ସଂପର୍କରେ ସଂପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଏହି ଫେଟୋ ୨୦୨୨ ମାର୍ଚ୍ଚ ୧୨ ତାରିଖରେ ଉଠାଯାଇ ଥିଲା। ଶ୍ରୀ ସତ୍ୟସାଇ ସେବା ସଂଗଠନରେ ଫଟୋ ନିଆଯାଇଥିଲା । ସେଦିନ ସତ୍ୟସାଇ ହାର୍ଟ ହସ୍ପିଟାଲ ପକ୍ଷରୁ ଏକ ୩ ଦିନିଆ ମେଗା ହାର୍ଟ କ୍ୟାମ୍ପ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏମ୍‌ଆର ଶାହ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟରର ଜଷ୍ଟିସ ଏସ ମୁରଲୀଧରଙ୍କୁ ସମ୍ମାନୀୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା ।

ମେଗା ହାର୍ଟ କ୍ୟାମ୍ପ ଓଡ଼ିଶା ସରକାରଙ୍କ ସହଯୋଗରେ ହେଉଥିବାରୁ 5T ସଚିବ ଭିକେ ପାଣ୍ଡିଆନ୍‌ଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଯେଉଁ ଫଟୋ ଭାଇରାଲ ହୋଇଛି ତାହା ଜଷ୍ଟିସ୍‌ ଏମଆର ଶାହଙ୍କୁ ଅପେକ୍ଷା କରି ବସିଥିବାର ଫଟୋ । ଏହା କୌଣସି ରୁଦ୍ଧଦ୍ୱାର ବୈଠକ ନଥିଲା। ସେ ଫଟେରେ ୪ ଜଣ ବସିଥିଲେ । ସତ୍ୟସାଇ ହାର୍ଟ ହସ୍ପିଟାଲ୍‌ର ମ୍ୟାନେଜିଙ୍ଗ୍‌ ଟ୍ରଷ୍ଟି ମନୋଜ ଭିମାନି ଉପସ୍ଥିତ ଥିଲେ । ଏହା ଏକ ଦାତବ୍ୟ ଅନୁଷ୍ଠାନର କାର୍ଯ୍ୟକ୍ରମ ଥିଲା। ଏହି ଅନୁଷ୍ଠାନ ଓଡ଼ିଶାର ହଜାର ହଜାର ଗରିବ ଶିଶୁଙ୍କୁ ମାଗଣାରେ ଚିକିତ୍ସା ଦେଇଥାଏ। ଏହ କୌଣସି ବ୍ୟକ୍ତିଗତ ବୈଠକ ନଥିଲା। ରେଜିଷ୍ଟ୍ରୀଙ୍କ ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ରିଲିଜ କରାଯାଇଛି । ସତ୍ୟାସତ୍ୟ ନପରଖି ଫେକ୍‌ ନିଉଜ ପ୍ରସାରଣ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ହାଇକୋର୍ଟ ରେଜିଷ୍ଟ୍ରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.