ବିନା ବିବାହରେ ନବ୍ୟା ଯଦି ମା’ ହୁଅନ୍ତି କିଛି ଅସୁବିଧା ନାହିଁ , ନାତୁଣୀର ଶାରୀରିକ ସମ୍ପର୍କ ଉପରେ ଏମିତି କହିଲେ ଆଇ ଜୟା ବଚ୍ଚନ

ଜୟା ବଚ୍ଚନ ନିଜର କଡ୍ଡା ଟିପ୍ପଣୀକୁ ନେଇ ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ଏବେ ସେ ‘ହ୍ଵାଟ୍‌ ଦି ହେଲ ନବ୍ୟା’ ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ଏମିତି କିଛି କହିଛନ୍ତି,ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି । ଜୟା କହିଛନ୍ତି ନବ୍ୟା ଯଦି ବିନା ବିବାହରେ ସନ୍ତାନ ଜନ୍ମ ଦିଅନ୍ତି, ତେବେ ତାଙ୍କର କିଛି ଅସୁବିଧା ନାହିଁ ।

ଜୟା ପୋଡକାଷ୍ଟରେ ଖୋଲାଖୋଲି କହିଛନ୍ତି ଯେ ଆମ ସମୟରେ ଆମେ ପ୍ରେମରେ ଏପରି ପ୍ରୟୋଗ କରିପାରୁ ନଥିଲୁ । ଏକ ପ୍ରେମ କେବଳ ଖୋଲା ପବନ, ଶାରିରୀକ ବୁଝାମଣା ଭିତରେ ତିଷ୍ଠି ରହି ପାରିବ ନାହିଁ । ତେଣୁ ଶାରିରୀକ ସମ୍ପର୍କ ବହୁତ ଜରୁରୀ ହୋଇଥାଏ । ଆମ ସମୟରେ ଏପରି ପରୀକ୍ଷା କରି ପାରୁନଥିଲୁ, ହେଲେ ଆଜିର ପିଢ଼ି ଏପରି କରୁଛନ୍ତି ।

ନ କରିବେ ବା କେମିତି ? କାରଣ ଦୀର୍ଘ ସମୟ ଯାଏ ସମ୍ପର୍କକୁ ଜାରି ରଖିବା ପାଇଁ ଏପରି କରିବା ଜରୁରୀ ହୋଇଥାଏ । ଯଦି ସେମାନେ ଶାରୀରିକ ସମ୍ପର୍କରେ ନ ରୁହନ୍ତି ତ ସେମାନଙ୍କର ସମ୍ପର୍କ ବେଶୀ ଦିନ ଚାଲି ନଥାଏ । ତେଣୁ ଯଦି ମୋ ନାତୁଣୀ ନବ୍ୟା ବିନା ବିବାହରେ ସନ୍ତାନ ଜନ୍ମ କରନ୍ତି ମୋର କିଛି ଅଭିଯୋଗ ନାହିଁ । ତେଣୁ ମୋ ମତରେ ତୁମର ସବୁଠୁ ଭଲ ସାଙ୍ଗକୁ ବିବାହ କରିବା ଉଚିତ୍‌ । କାରଣ ଏହାଦ୍ୱାରା ବୁଝାମଣା ଠିକ ରହିଥାଏ ।

ନିଜ ବିବାହର କଥାକୁ ମନେ ପକାଇ ଜୟା କହିଛନ୍ତି ଯେ ସେମାନେ ମନେକର ଅକ୍ଟୋବରରେ ବିବାହ କରିବାର ଥିଲା । ହେଲେ ଯେହେତୁ ଫିଲ୍ମ ‘ଜଞ୍ଜିର’ ର ସଫଳତା ପରେ ସେମାନେ ଏକ ବାହାରକୁ ଛୁଟି କଟାଇବାକୁ ଯିବାର ଥିଲା । ତେଣୁ ତା’ ପୂର୍ବରୁ ତାଙ୍କୁ ବିବାହ କରିବା ପାଇଁ ଘର ତରଫରୁ କୁହାଯାଇଥିଲା । ସେ ସମୟ ଏବେ ଆଉ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.