ଭୟଭୀତ କରିଛି ଆନ୍ଧ୍ର ଷ୍ଟ୍ରେନ୍‌: ମାଲକାନଗିରି ଜିଲ୍ଲା ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତରେ କଡା ସୁରକ୍ଷା ବ୍ୟବସ୍ଥା । ଜିଲ୍ଲାବାସୀଙ୍କୁ ଭୟଭୀତ କରିଛି ଆନ୍ଧ୍ର ଷ୍ଟ୍ରେନ୍‌। ସୀମାନ୍ତକୁ ଲାଗି ରହିଛି ଆନ୍ଧ୍ର, ଛତିଶଗଡ଼ ଓ ତେଲେଙ୍ଗାନା।

ତେଣୁ ମାଲକାନଗିରି ଜିଲ୍ଲାକୁ ପ୍ରବାସୀମାନେ ଫେରିବା ପାଇଁ ମୁଖ୍ୟ ଫାଟକ ଭାବେ ମୋଟୁ ରହିଛି। ପ୍ରବାସୀମାନେ ଏହି ଚେକ ପୋଷ୍ଟରେ ପହଞ୍ଚିବା ପରେ ଟେଷ୍ଟିଂ ବ୍ୟବସ୍ଥା କରାଯାଇଛି। ପ୍ରଶାସନର ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କୁ ନିଜ ନିଜ ଭିଟାମାଟିକୁ ପଠାଯାଉଛି।