Below header

ଆସନ୍ତା ଜୁନ ୧ରେ କେରଳ ଛୁଇଁବ ମୌସୁମୀ, ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ

କେନ୍ଯୁଜ୍: ଆସନ୍ତା ଜୁନ ୧ରେ କେରଳ ଛୁଇଁବ ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରଳରେ ଠିକ୍‌ ସମୟରେ ମୌସୁମୀ ଛୁଇଁବାର ବହୁ ସମ୍ଭାବନା ରହିଛି । ତେବେ ମେ ୧୫ରେ ଏନେଇ ସଠିକ ଆକଳନ କରାଯିବ ।

ବର୍ତ୍ତମାନ ଯାହା ସଙ୍କେତ ମିଳୁଛି, ଜୁନ ପହିଲା ବେଳକୁ ଅଧିକ ବର୍ଷା ହୋଇପାରେ । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାରା ଦେଶରେ ସ୍ୱାଭାବିକ ବର୍ଷା ହେବ । ଜୁନରୁ ସେପ୍ଟେମ୍ବର ମଧ୍ୟରେ ଲଙ୍ଗ ପିରିୟଡ ଏଭେରେଜ ବା LPA ୯୮% ବର୍ଷା ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କିଛି ଦିନ ତଳେ ଏନେଇ ପୂର୍ବାନୁମାନ କରାଯାଇଥିଲା । ଆକଳନ ଅନୁଯାୟୀ କ୍ରମାଗତ ୩ ବର୍ଷ ଦେଶରେ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.