ବଲିଉଡ ଅଭିନେତା ଦଲୀପ ତାହିଲଙ୍କ ପୁଅ ଧ୍ରୁବ ତାହିଲ ଗିରଫ, ଡ୍ରଗ୍ସ କେସରେ ସାମ୍ନାକୁ ଆସିଲା ନାଁ

ବଲିଉଡ ଅଭିନେତା ଦଲୀପ ତାହିଲଙ୍କ ପୁଅ ଧ୍ରୁବ ତାହିଲଙ୍କୁ ଡ୍ରଗ୍ସ କେସରେ ଗିରଫ କରାଯାଇଛି। ତାଙ୍କ ଉପରେ ଡ୍ରଗ୍ସ କିଣିବା ଏବଂ ଡ୍ରଗ୍ସ ବିକିବା ନେଇ ଅଭିଯୋଗ ରହିଥିଲା। କୁହାଯାଉଛି କି, ଧ୍ରୁବ ମୁଜମିଲ ଅବଦୁଲ ରହମାନ ଶେଖଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଥିଲେ। ଦୁଇଜଣଙ୍କ ମଧ୍ୟରେ ଡ୍ରଗ୍ସ କାରବାରକୁ ନେଇ ହ୍ଵାଟ୍ସଆପରେ କଥାବାର୍ତ୍ତା ହୋଇଥିଲା।

ସୂଚନାଥାଉ କି, ଏହି ମାମଲାରେ ପୂର୍ବରୁ ମୁଜମିଲ ଅବଦୁଲ ରହମାନ ଶେଖ ଗିରଫ ହୋଇଥିଲେ। ତାଙ୍କୁ ଠାରୁ ପୋଲିସ ୩୫ ଗ୍ରାମ Mefdron (MD) ଜବତ କରାଯାଇଥିଲା। ତେବେ ମୁମ୍ବାଇ ପୋଲିସ ଅପରାଧ ଶାଖାର ଆଣ୍ଟି ନାରକୋଟିକ୍ସ ସେଲ ଧ୍ରୁବଙ୍କୁ ବୁଧବାର ଗିରଫ କରିଛି। ପୋଲିସ ଅଧିକାରୀ କହିଛନ୍ତି, ଧ୍ରୁବଙ୍କୁ ଏଏନସିର ବାନ୍ଦ୍ରା ୟୁନିଟ ଗିରଫ କରିଛି।

ଏହି କାର୍ଯ୍ୟାନୁଷ୍ଠାନ ଜଣେ ଡ୍ରଗ୍ସ ବିକାଳିଙ୍କ ସହ ହୋଇଥିବା ହ୍ଵାଟ୍ସଆପ ଚ୍ୟାଟ ସାମ୍ନାକୁ ଆସିବା ପରେ ହିଁ ନିଆଯାଇଛି। ଯାଞ୍ଚ ସମୟରେ ଜଣାପଡିଛି ଯେ ଧ୍ରୁବ ୨୦୧୯ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ରହମାନ ଶେଖଙ୍କ ସମ୍ପର୍କରେ ଥିଲେ। ଧ୍ରୁବ ତାଙ୍କ ଆକାଉଣ୍ଟକୁ ପାଖାପାଖି ୬ ଥର ପଇସା ଟ୍ରାନ୍ସଫର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.