ଯାଜପୁର: ନୂଆକରି ଉଚ୍ଚ ଶକ୍ଷାମନ୍ତ୍ରୀ ପଦ ପାଇଥିବା ଅରୁଣ ସାହୁ ଆଜି ହଠାତ ବଡଚଣାର ବିଷ୍ଣୁ ସାମନ୍ତରାୟ କଲେଜରେ ପହଞ୍ଚିଯାଇଥିଲେ। କୌଣସି ଖବର ନଦେଇ ହଠାତ ଶିକ୍ଷାମନ୍ତ୍ରୀଙ୍କ ଅଚାନକ କଲେଜ ଗସ୍ତ ଅଧ୍ୟାପକଙ୍କୁ ଆଚମ୍ବିତ କରିଥିଲା। ସେଠାରେ ଶ୍ରୀଯୁକ୍ତ ସାହୁ ଦୀର୍ଘ ସମୟ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ଓ ପାଠ ପଢା ଓ କଲେଜର ସୁବିଧା ଅସୁବିଧା ସମ୍ପର୍କର ପଚାରି ବୁଝିଥିଲେ। ପରେ କଲେଜର ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ହଠାତ କଲେଜ ପରିଦର୍ଶନ ନେଇ ଛାତ୍ରଛାତ୍ରୀମାନେ ବେଶ ଖୁସି ଉତ୍ସାହିତ ହୋଇଥିଲେ।