ଇନଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଖପୁରୀ, ଗ୍ରାହକମାନଙ୍କର ମଧ୍ୟ ଲାଗୁଛି ଭିଡ଼

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ବହୁତ ଲୋକ ନିଜର ପ୍ରଡକ୍ଟ ବିକ୍ରି କରିଥାନ୍ତି। ‘ଦ ସନ’ରେ ପ୍ରକାଶିତ ଖବର ଅନୁଯାୟୀ ଇନଷ୍ଟାଗ୍ରାମରେ ଏକ ଏଭଳି ଆକାଉଣ୍ଟ ରହିଛି ଯେଉଁଠାରେ ମଣିଷ ଖପୁରୀ ମଧ୍ୟ ସେଲ ଲାଗେ ଏବଂ ଏହି ମଣିଷ ଖପୁରୀ କିଣିବା ପାଇଁ ସେଠାରେ ବହୁ ମାତ୍ରାରେ ଗ୍ରାହକ ମାନଙ୍କର ଭିଡ଼ ଲାଗିବାର ମଧ୍ୟ ଦେଖାଯାଉଛି। ବୈଜ୍ଞାନିକମାନଙ୍କ ଗବେଷଣାଠୁ ନେଇ ମେଡିକାଲ ପାଠପଢା ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ଏହାକୁ କିଣୁଛନ୍ତି ଗ୍ରାହକ।

ୟୁନାଇଟେଡ଼ କିଙ୍ଗଡମରେ ମଣିଷ ଶରୀରର ହାଡ଼ଠୁ ନେଇ ଖପୁରୀ ପର୍ଯ୍ୟନ୍ତ ବିକ୍ରି କରିବା ପାଇଁ କୌଣସି ରୋକ ଲଗାଯାଇନାହିଁ। ମଣିଷ ଖପୁରୀକୁ ବିକିବା ପାଇଁ ହାସଟ୍ୟାଗ (#) କିମ୍ବା #Skeleton ଆଦିର ପ୍ରୟୋଗ ମଧ୍ୟ କରାଯାଉଛି। ଖାଲି ସେତିକି ନୁହେଁ ଖପୁରି ଏବଂ ହାଡ଼ର ଦର ମଧ୍ୟ କମେଣ୍ଟ ସେକ୍ସନରେ ଦିଆଯାଉଛି। ଏହି ଆକାଉଣ୍ଟକୁ ନିୟମିତ ଭିଜିଟ କରୁଥିବା ଲୋକମାନଙ୍କ ପାଇଁ ଏହାତ ସାଧାରଣ କଥା ଅଟେ କିନ୍ତୁ କେହି ଅଜଣା ବ୍ୟକ୍ତି ଏଠାରେ ପହଂଚିଗଲେ ହୁଏତ ସେ ଭୟ କରିପାରନ୍ତି।

ସାଧାରଣତଃ ଏଠାରେ ଗ୍ରାହକ ବିକ୍ରେତାଙ୍କୁ ପର୍ସନାଲ ମେସେଜ କରିଥାନ୍ତି। ଏହାପରେ ଦୁଇଜଣଙ୍କ ମଧ୍ୟରେ ଡ଼ିଲ ହୋଇଥାଏ। ଯେଉଁଥିରେ କି ସିପିଙ୍ଗ ଏବଂ ପ୍ୟାକେଜିଙ୍ଗ ଭଳି ଚାର୍ଜ ମଧ୍ୟ ଅନ୍ତର୍ଭୁକ୍ତ କରାଯାଏ। ଷ୍ଟୋକହୋମ ବିଶ୍ୱବିଦ୍ୟାଳୟର ୨୦୧୭ ରିପୋର୍ଟ ଅନୁଯାୟୀ ୟୁକେରେ ୪୬୦୦୦ ପାଉଣ୍ଡର ଏହି ବିଜନେସ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କିନ୍ତୁ ଅନ୍ୟ ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ପ୍ରକୃତ ଆକଳନ ଏହାଠାରୁ ମଧ୍ୟ ଅଧିକ ଅଟେ। ରିପୋର୍ଟ ଅନୁଯାୟୀ ଅଧିକ ଖପୁରୀ ଏବଂ ହାଡ଼ର କ୍ରୟ, ରିସର୍ଚ୍ଚ ଏବଂ ମେଡିକାଲ ସାଇନ୍ସ ଇତ୍ୟାଦି ପାଇଁ କରାଯାଉଛି। ଜୀବ ବିଜ୍ଞାନ ଏବଂ ମାନବ ଶରୀରର ଗବେଷକମାନେ ମଧ୍ୟ ଏହାର ଗ୍ରାହକ ଅଟନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.