Below header

୪୪ ବର୍ଷ ପୂର୍ବେ ମୈଦାନରେ ବଡ ଅଜବ ଢଙ୍ଗରେ ଶାଢ଼ି ପିନ୍ଧି ଭାରତୀୟ ଖେଳାଳିଙ୍କୁ କିସ୍ କଲେ ମହିଳା

ସୋସିଆଲ ମିଡିଆରେ ଶାଢ଼ିକୁ ନେଇ ଟ୍ରେଣ୍ଡ ଚାଲିଛି। ମହିଳାମାନେ ଶାଢ଼ି ପିନ୍ଧି ନିଜ ଫଟୋ ସେୟାର କରୁଛନ୍ତି। ଟ୍ବିଟରରେ ଶାଢ଼ି ଟ୍ରେଣ୍ଡିଂରେ ରହିଛି। ଶାଢ଼ିର ଏହି ଟ୍ରେଣ୍ଡରେ ଦୁନିଆ ସାରାର ସବୁ ଲୋକ ଭାଗ ନେଉଛନ୍ତି। କିନ୍ତୁ ଖାସ୍ କଥା ଏହା ହେଉଛି ଏହି ଶାଢ଼ି ଟ୍ରେଣ୍ଡରେ ଏବେ କ୍ରିକେଟକୁ ଏଣ୍ଟ୍ରି କରାଇ ଦେଇଛନ୍ତି।

କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଏହି ଭିଡିଓ ବହୁତ ଭାଇରାଲ ହେଉଛି। ଯେଉଁଥିରେ ଜଣେ ମହିଳା ଶାଢ଼ି ପିନ୍ଧି ପଡିଆରେ ଦୌଡି ଖେଳାଳିଙ୍କୁ ଯାଇ କିସ୍ କରୁଛନ୍ତି। ଖାସ୍ କଥା ହେଉଛି ଏହି ଘଟଣା ଏବେର ନୁହେଁ ବରଂ ୪୪ ବର୍ଷ ପୂର୍ବର ୧୯୭୫ ମସିହାର ଅଟେ।

ଏହା ସହ ପଢ଼ନ୍ତୁ : ମାଷ୍ଟର ବ୍ଲାଷ୍ଟରଙ୍କୁ ଆଉ ଏକ ବଡ଼ ସମ୍ମାନ, ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ସଚିନ୍‌ ତେନ୍ଦୁଲକର

ମୁମ୍ବାଇର ୱାନଖେଡେ ମୈଦାନରେ ଭାରତ ଏବଂ ୱେଷ୍ଟଇଣ୍ଡିଜଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଥିଲା। ଏହି ସମୟରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ବ୍ରିଜେଶ୍‌ ପଟେଲ ଚମକପୂର୍ଣ୍ଣ ଅର୍ଦ୍ଧଶତକ ଦେଇଥିଲେ। ବ୍ରିଜେଶ୍‌ଙ୍କ ଅର୍ଦ୍ଧଶତକ ପୂରା ହେବା କ୍ଷଣି ହଠାତ୍ ଜଣେ ମହିଳା ମୈଦାନକୁ ଚାଲି ଯାଇ ବ୍ରିଜେଶ୍‌ଙ୍କୁ କିସ୍ କରିଥିଲେ। ମଜାଦାର କଥା ଏଇୟା ଯେ ମହିଳା ଜଣଙ୍କ ଶାଢ଼ି ପିନ୍ଧି ଗଜବ ଷ୍ଟାଇଲେରେ ଦୌଡୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.