ବଢିଲା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚ, ୪ଟଙ୍କା ୮୦ ପଇସାରୁ-୪ଟଙ୍କା ୯୩ପଇସାକୁ ବୃଦ୍ଧି

ଭୁବନେଶ୍ବର(କେନ୍ୟୁଜ୍): ବଢିଲା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚ। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଖାଇବାକୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ସାମଗ୍ରୀ କିଣା ଖର୍ଚ୍ଚକୁ ବୃଦ୍ଧି କରାଯାଇଛି। ପ୍ରାଥମିକ ବିଦ୍ୟାଳୟର ଜଣେ ବିଦ୍ୟାର୍ଥୀ ପିଛା ୪ଟଙ୍କା ୮୦ ପଇସା ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ଏହାକୁ ୪ଟଙ୍କା ୯୩ପଇସାକୁ ବୃଦ୍ଧି କରାଯାଇଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀ ପିଛା ଦିଆଯାଉଥିବା ଅର୍ଥକୁ ୭ଟଙ୍କା ୧୬ପଇସାରୁ ୭ଟଙ୍କା ୩୬ପଇସାକୁ ବୃଦ୍ଧି କରାଯାଇଛି। ଜୁଲାଇ ପହିଲା ଠାରୁ ମଧ୍ୟାହ୍ନଭୋଜନର ପରିବର୍ଦ୍ଧିତ ଅର୍ଥ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.