କିଟକାଟ୍ ଚକଲେଟ ଖୋଳରେ ଜଗନ୍ନାଥଙ୍କ ଫଟୋ: କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଲା ହିନ୍ଦୁସେନା

କଟକ(କେନ୍ୟୁଜ୍): କିଟକଟ୍ ଚକୋଲେଟ୍ କମ୍ପାନୀ ରାପରରେ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ। ଏହି ଫଟକୁ ନେଇ ଆପତ୍ତି ଉଠାଇଛି ହିନ୍ଦୁସେନା। କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଏ ନେଇ ଏକ ଏତଲା ଦେଇଛନ୍ତି ସଂଗଠନର କର୍ମକର୍ତ୍ତା। ଚକଲେଟ ଜରି ରାସ୍ତାଘାଟରେ ଏଣେତେଣେ ପଡ଼ୁଥିବାରୁ ଜଗନ୍ନାଥଙ୍କ ପ୍ରତି ଏହା ଅସମ୍ମାନ ବୋଲି ହିନ୍ଦୁସେନା ପକ୍ଷରୁ ଏତଲାରେ ଦର୍ଶାଯାଇଛି। ଏହି ଚକୋଲେଟକୁ ବ୍ଯକ୍ତି ବିଶେଷ ବା ପିଲାମାନେ ଖାଇସାରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ମୁଦ୍ରିତ ଖୋଳକୁ ଏଣେତେଣେ ଫୋପାଡିବା ଫଳରେ ଅଜାଣତରେ କିଏ ଏହା ଉପରେ ଛେପ ପକାଉଛନ୍ତି,ପାଦରେ ମାଡୁଛନ୍ତି ଏପରିକି ପରିସ୍ରା ମଧ୍ଯ କରୁଛନ୍ତି।

ଏହା ଫଳରେ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ମନରେ ଗଭୀର ଆଘାତ ହେବା ସହ ସନାତନ ଧର୍ମ ପ୍ରତି ଗଭୀର କୁଠାରଘାତ ହେଉଛି। ଏହା ଏକ ଦଣ୍ଡନୀୟ ଜଘନ୍ଯ ଅପରାଧ ବୋଲି  ହିନ୍ଦୁ ସେନା ପକ୍ଷରୁ ଦର୍ଶାଯାଇଛି। ଜଗନ୍ନାଥଙ୍କ ଫଟକୁ ତୁରନ୍ତ ହଟାଇବା ସହିତ ଉକ୍ତ କମ୍ପାନୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛି ହିନ୍ଦୁସେନା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.