ଭାଗ୍ୟକୁ ଖରାପ କରିଦିଏ ଏହି ରଙ୍ଗର ଜୋତା, ପାଦରେ ପିନ୍ଧିବା ପୂର୍ବରୁ ରଖନ୍ତୁ ଖାସ ଧ୍ୟାନ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହର ଅବସ୍ଥିତି ମଣିଷ ଜୀବନରେ ବହୁତ ଗଭୀର ପ୍ରଭାବ ପକାଇଥାଏ। ଜୀବନରେ ଭଲ ଖରାପ କର୍ମ ପାଇଁ ଗ୍ରହ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ କରୁଥିବା ଫ୍ୟାସନ ଆପଣଙ୍କ ଭାଗ୍ୟକୁ ଖରାପ କରିଦେଇପାରେ। ଆଜିକାଲିର ଟ୍ରେଣ୍ଡ ଅନୁଯାଇ ଲୋକେ ରଙ୍ଗ ବେରଙ୍ଗର ଜୋତା ପିନ୍ଧିଥାନ୍ତି। କିନ୍ତୁ ଜୋତାର ରଙ୍ଗ ଆପଣଙ୍କ ଭାଗ୍ୟକୁ ବିଗାଡି ଦେଇପାରେ ମଧ୍ୟ। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷ ଅନୁଯାୟୀ କେଉଁ ରଙ୍ଗର ଜୋତା ଚପଲ ପିନ୍ଧିବା ଅନୁଚିତ।

ଜ୍ୟୋତିଷ ଶାସ୍ତ୍ର ମୁତାବକ ଜୋତାର ରଙ୍ଗ ସହିତ ଗ୍ରହର ସମ୍ପର୍କ ରହିଛି। ଶରୀରର ତଳ ଭାଗ ଖାସକରି ପାଦ ସହିତ ଶନିଦେବଙ୍କର ସମ୍ପର୍କ ରହିଛି। ଏହାସହିତ ଜୋତା ଚପଲ ସହ ଶନି ଏବଂ ରାହୁଙ୍କର ସମ୍ବନ୍ଧ ରହିଛି। ଏଥିପାଇଁ ଯେଉଁମାନଙ୍କ ଜାତକରେ ଶନି ଏବଂ ରାହୁ ଭଲ ସ୍ଥିତିରେ ରହିଥାନ୍ତି ସେମାନଙ୍କର ଚପଲ ବ୍ୟବସାୟ ବହୁତ ଭଲ ହୋଇଥାଏ, ଏମାନେ ବ୍ୟବସାୟରେ ବହୁତ ଉନ୍ନତି କରିଥାନ୍ତି।

ପାଦରେ କଳା, ଧୂସର ଏବଂ ନୀଳ ରଙ୍ଗର ଜୋତା ପିନ୍ଧିବାକୁ ଶୁଭ ବୋଲି କୁହାଯାଇଛି। ଯଦି ଆପଣଙ୍କ ଜାତକରେ ମଙ୍ଗଳ ଗ୍ରହ ଖରାପ ରହିଛି ତାହେଲେ ଏମିତି ଲୋକ ଲାଲ ରଙ୍ଗର ଜୋତା ବିଲକୁଲ ବି ପିନ୍ଧନ୍ତୁ ନାହିଁ। କାହିଁକିନା ଯଦି ମଙ୍ଗଳ ଖରାପ ରହିବେ ତାହେଲେ ଜୀବନରେ ବହୁତ ସମସ୍ୟା ବଢିଯାଇଥାଏ।

ଯଦି ଜାତକରେ ଚନ୍ଦ୍ରମା ଖରାପ ଥାଏ ତାହେଲେ ଧଳା ରଙ୍ଗର ଜୋତା ଚପଲ ପିନ୍ଧିବା ଠାରୁ ନିଜକୁ ଦୂରେଇ ରଖନ୍ତୁ। ଜ୍ୟୋତିଷରେ ହଳଦିଆ ରଙ୍ଗ ବୃହସ୍ପତିଙ୍କର ହୋଇଥାଏ। ଏଥିପାଇଁ ହଳଦିଆ ରଙ୍ଗର ଜୋତା ଚପଲ ପିନ୍ଧିବା ଠାରୁ ଯଥେଷ୍ଟ ଦୁରେଇ ରୁହନ୍ତୁ। ଏହାବ୍ୟତୀତ ହଳଦିଆ ରଙ୍ଗକୁ ଶୁଭ ଏବଂ ପବିତ୍ର ବୋଲି କୁହାଯାଇଛି। ହଳଦିଆ ରଙ୍ଗର ଜୋତା ଚପଲ ଏବଂ ସୁନାର ପାଉଁଜି ପିନ୍ଧିବା ଦ୍ୱାରା ଜୀବନରେ ଅପଯଶ, ଦରିଦ୍ରତା ଏବଂ ଅନେକ ପ୍ରକାରର ବାଧା ଉପୁଜିଥାଏ।

ନୋଟ : ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାମାନ୍ୟ ମାନ୍ୟତା ଉପରେ ଆଧାରିତ।