ସଂକ୍ରମଣରେ ଲାଗୁନାହିଁ ବ୍ରେକ: ଆଜି ପୁଣି ରାଜ୍ୟରେ ୧୧ହଜାର ୭୭ ପଜିଟିଭ୍‌ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମଣରେ ଲାଗୁନାହିଁ ବ୍ରେକ । କ୍ରମାଗତ ଭାବେ ୪ ଦିନ ଧରି ୧୦ ହଜାର ଉପରେ  ରହୁଛି ପଜିଟିଭ କେସ୍ । ଆଜି ପୁଣି ରାଜ୍ୟରେ ୨୪ ଘଣ୍ଟାରେ ଆଉ ୧୧ହଜାର ୭୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷର ଏହା ସର୍ବାଧିକ ଦୈନିକ ସଂକ୍ରମଣ। କିଛି ହାତଗଣତି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହୁଛି।

ଖୋର୍ଦ୍ଧାରୁ ସର୍ବାଧିକ ୩ହଜାର ୪୨୪ ନୂଆ କେସ୍‌ ରହିଛି । ସୁନ୍ଦରଗଡ଼ରୁ ୨ହଜାର ୧୩୬, କଟକରୁ ୮୨୯, ସମ୍ବଲପୁରରୁ ୩୮୯ ଓ ବାଲେଶ୍ୱରରୁ ୩୪୨ ନୂଆ ଆକ୍ରାନ୍ତ ରହିଛନ୍ତି। ରାଜ୍ୟରେ ଆକ୍‌ଟିଭ୍‌ କେସ୍‌ ୬୯ ହଜାର ୭୩୬ ରହିଛି।

ସେପଟେ ଓମିକ୍ରନ୍ ଜନିତ କରୋନାର ତୃତୀୟ ଲହରରେ ସଂକ୍ରମଣ ନିଆଁ ଭଳି ମାଡ଼ି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଚଳିତମାସ ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ଦୈନିକ ସଂକ୍ରମଣ ଶୀର୍ଷରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।