ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର

ସମ୍ବଲପୁର (କେନ୍ୟୁଜ୍) : ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ହୀରାକୁଦର ଜଳସ୍ତର । ଏବେ ହୀରାକୁଦ ଡ୍ୟାମ ଜଳସ୍ତର ରହିଛି ୬୧୦.୩୯ ଫୁଟ୍ । ଡ୍ୟାମକୁ ସେକେଣ୍ଡ ପିଛା ୧ ଲକ୍ଷ ୮୩ ହଜାର ୬୧୫ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ସେକେଣ୍ଡ ପିଛା ୧୬ ହଜାର ୯୨୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେପଟେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ବର୍ଷା ହେବ । ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାର କାଁ ଭାଁ ସ୍ଥାନରେ ବର୍ଷା ହେବ । ୧୩-୧୪ ତାରିଖ ପର‌୍ୟ୍ୟନ୍ତ ବର୍ଷା ଲାଗି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.