ବର୍ଷାର ଆଗମନକୁ ନଜରରେ ରଖି ଚାଷ ଆରମ୍ଭ କରିଛନ୍ତି ଚାଷୀ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଆଉ କିଛି ସ୍ଥାନରେ ପାଗ ଶୁଖିଲା ରହିଛି । ବର୍ଷାକୁ ଦେଖି ଚାଷୀମାନେ ଚଳଚଞ୍ଚଳ ହୋଇଥିବା ବେଳେ କିଛି ସ୍ଥାନରେ ଜମିରେ ଆବଶ୍ୟକ ପରିମାଣ ପାଣି ନାହିଁ । ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ଆସିକା, କବିସୂର୍ଯ୍ୟନଗର, ଜଗନ୍ନାଥପ୍ରସାଦ ଆଦି ସ୍ଥାନରେ କିଛି ମାତ୍ରାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି । ବିଳମ୍ବିତ ଚାଷ ଓ ଦରପୋଡ଼ା ଧାନ ତଳିକୁ ନେଇ ଧାନଚାଷରେ ଅମଳକୁ ନେଇ ଚିନ୍ତାରେ ଚାଷୀକୂଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.