ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ

ସମ୍ବଲପୁର:ଦୀର୍ଘ ୧୬ ବର୍ଷ ପରେ ପ୍ରଥମ କରି ଜୁନ୍‌ ମାସରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେବାକୁ ଯାଉଛି। ୨୦୦୪ ମସିହା ଶେଷ ଥର ପାଇଁ ଜୁନ୍‌ ୨୨ ତାରିଖରେ ହୀରାକୁଦ ଗେଟ୍‌ ଖୋଲିଥିଲା। ତେବେ ଦ୍ବିତୀୟ ଥର ପାଇଁ ଜୁନ୍‌ରେ ହୀରାକୁଦ ଗେଟ୍‌ ଖୋଲିବାକୁ ଯାଉଛି। ହୀରାକୁଦ ବନ୍ଧ କାର୍ଯ୍ୟକାରୀ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ମୋଟ ୧୩ ଥର ଜୁନ୍‌ ମାସରେ ଗେଟ୍‌ ଖୋଲିଥିଲାବେଳେ ୧୨ ଥର ବିଂଶ ଶତାବ୍ଦୀର ହୋଇଥିଲା।

ଚଳିତ ବର୍ଷ ଖରା ଦିନେ ଜଳସ୍ତର ସ୍ବାଭାବିକଠାରୁ ଅଧିକ ରହିବା। ଠିକ୍‌ ସମୟରେ ମୌସୁମି ଆସିବା ଓ ନିୟମିତ ବର୍ଷା ହେବା କାରଣରୁ ହୀରାକୁଦର ଗେଟ୍ ଶୀଘ୍ର ଖୋଲିବାକୁ ଯାଉଛି। ଆସନ୍ତା ୨୫ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.