ହ୍ଵାଟ୍ସଆପ୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଥିଲେ ଆଦୌ ବ୍ୟସ୍ତ ହୁଅନ୍ତୁନି, ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ସମୟରେ ହ୍ଵାଟ୍ସଆପ୍‌ ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍‌ ଭାବେ ପରିଗଣିତ ହେଉଛି। ଏବେ ସାରା ଦୁନିଆରେ ପ୍ରାୟ ୨୦୦ କୋଟିରୁ ଊର୍ଦ୍ଧ୍ୱ ଲୋକ ହ୍ଵାଟ୍ସଆପ୍‌ ବ୍ୟବହାର କରୁଛନ୍ତି। ବର୍ତ୍ତମାନ କରୋନା ସମୟରେ ସବୁଠାରୁ ଭଲ ଯୋଗାଯୋଗର ମାଧ୍ୟମ ପାଲଟିଛି ହ୍ଵାଟ୍ସଆପ୍‌। ଏଥିରେ ଉଭୟ ଭଏସ୍‌ କଲ ଓ ଭିଡିଓ କଲ କରିବାର ସୁବିଧା ଥିବାରୁ ଅଫିସିଆଲ କାମ ପାଇଁ ମଧ୍ୟ ଲୋକମାନେ ଏହାକୁ ବ୍ୟବହାର କରୁଛନ୍ତି। ତେବେ ଧୀରେ ଧୀରେ ଏହାର ଲୋକପ୍ରିୟତାର ସୁଯୋଗ ନେଇ ହ୍ୟାକରମାନେ ହ୍ଵାଟ୍ସଆପ୍‌କୁ ହ୍ୟାକ୍‌ କରିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି।

WhatsApp alert - Fans will be shocked by this threat and why it's ...

ହ୍ୟାକରମାନେ ପ୍ରଥମେ ଏକ ମେସେଜ୍‌ ମାଧ୍ୟମରେ ୬ ଅଙ୍କ ବିଶିଷ୍ଟ କୋଡ୍‌ ପଠାଇବେ। ୟୁଜରଙ୍କୁ ଏହାକୁ ଭେରିଫାଏ କରିବାକୁ କୁହାଯାଇଥାଏ। ୟୁଜର ଏହାକୁ କମ୍ପାନୀ ମେସେଜ୍‌ ଭାବୁ ଥିବା ବେଳେ ପ୍ରକୃତରେ ଏହା ହ୍ୟାକରଙ୍କ ଦ୍ୱାରା ଦିଆଯାଇଥିବା ଏକ ଓଟିପି। ଏହି ଓଟିପି ମାଧ୍ୟମରେ ହ୍ୟାକରମାନେ ସହଜରେ ଜଣଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିଥାନ୍ତି।

WhatsApp tips: How to recover stolen or hacked WhatsApp account ...

ହ୍ଵାଟ୍ସଆପକୁ ହ୍ୟାକ୍‌ ହେବାରୁ ରୋକିବା ପାଇଁ ଆପଣ ଟୁ ୱେ ଭେରିଫିକେସନ୍‌ କୋଡ୍‌ର ବ୍ୟବହାର କରିପାରିବେ। ଏହା ଦ୍ୱାରା କେହି ଆପଣଙ୍କ ଆକାଉଣ୍ଟକୁ ହ୍ୟାକ୍‌ କରିପାରିବେ ନାହିଁ।

ଏମିତି କରନ୍ତୁ ରିକଭର:

-ହ୍ୟାକ୍‌ ହୋଇଥିବା ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ରିଭର କରିବା ପାଇଁ ସର୍ବପ୍ରଥମେ ଆପଣଙ୍କୁ ନିଜ ମୋବାଇଲ ନମ୍ବରରେ ଆଉ ଥରେ ହ୍ଵାଟ୍‌ଆପ୍‌କୁ ଲଗ୍‌ଇନ୍‌ କରିବାକୁ ପଡ଼ିବ।

-ଏହା ପରେ ଆପଣଙ୍କୁ ଏକ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଛଅ ଅଙ୍କର ଭେରିଫାଏ କୋଡ ମିଳିବ। ଏହାକୁ ବ୍ୟବହାର କରି ଆପଣ ପୁଣିଥରେ ନିଜ ଆକାଉଣ୍ଟକୁ ଲଗଇନ୍‌ କରିପାରିବେ।

-ଯଦି ହ୍ୟାକର ପୁଣିଥରେ ଆପଣଙ୍କ ହ୍ଵାଟ୍ସଆପ୍‌ ଆକାଉଣ୍ଟକୁ ହ୍ୟାକ୍‌ କରିବାକୁ ଟୁ ଷ୍ଟେପ୍‌ ଭେରିଫିକେସନ୍‌ କୋଡ ବ୍ୟବହାର କରେ ତେବେ ଆପଣଙ୍କୁ ଏହି କୋଡ୍‌ ବ୍ୟବହାର କରିବାକୁ ମେସେଜ୍‌ ଆସିବ।

-ଆପଣ ଏହାକୁ ଆଦୌ ଏଣ୍ଟର କରିବେ ନାହିଁ। ଆକାଉଣ୍ଟ ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବାକୁ ୭ ଦିନ ସମୟ ଲାଗିବ।

-ହ୍ଵାଟ୍ସଆପ୍‌କୁ ହ୍ୟାକ୍‌ ହେବାରୁ ରୋକିବା ପାଇଁ ନିଜ କୋଡ୍‌କୁ ଆଉ କାହା ସହ ସେୟାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.