Below header

ବାରିପଦା ରଥଯାତ୍ରା ପାଇଁ ମିଳିଲାନି ଅନୁମତି, ମନ୍ଦିର ମଧ୍ୟରେ ଆୟୋଜିତ ହେବ ଶ୍ରୀଜୀଉଙ୍କ ନୀତିକାନ୍ତି

ବାରିପଦା: ଚଳିତ ବର୍ଷ ବାରିପଦା ଠାରେ ରଥଯାତ୍ରା ପାଇଁ ଅନୁମତି ମିଳିନି । ଏଥର ମନ୍ଦିର ମଧ୍ୟରେ ହିଁ ଅନୁଷ୍ଠିତ ହେବ ସମସ୍ତ ନିତୀକାନ୍ତି । ଏ ନେଇ ମନ୍ଦିର ସେବାୟତ ପୂରୀ ମୁକ୍ତିମଣ୍ଡପ ପଣ୍ଡିତଙ୍କ ସହ ଆଲୋଚନା ପରେ ମନ୍ଦିର ବେଢା ଭିତରେ ଆରମ୍ଭ ହୋଇଛି ନିତୀକାନ୍ତି ।BARIPADA_-2

ମିଳିଥିବା ସୂଚନା ଅନୁଯାୟୀ, ଐଶନ୍ୟ କୋଣ ମଣ୍ଡପରେ ଚତୁର୍ଦ୍ଧା ମୁର୍ତ୍ତୀକୁ ବିଜେ କରାଯାଇ ସମସ୍ତ ନିତୀକାନ୍ତି ଅୟୋଜିତ ହେବ । ତେବେ ପରମ୍ପରା ମୁତାବକ ପୁରୀ ରଥଯାତ୍ରାର ଗୋଟିଏ ଦିନ ପରେ ବାରିପଦା ଠାରେ ଆୟୋଜିତ ହୋଇଥାଏ ରଥଯାତ୍ରା । ଏହି ପରମ୍ପରାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ମହାପ୍ରଭୂଙ୍କ ପୂଜାର୍ଚ୍ଚନା । ଅନ୍ୟପଟେ କେବଳ ବାରିପଦା ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ମନ୍ଦିର ନୁହେଁ ଜିଲ୍ଲାର ସମସ୍ତ ଜଗନ୍ନାଥ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି ।  ଅନ୍ୟ ପକ୍ଷରେ ଭକ୍ତଙ୍କ ପାଇଁ ମନ୍ଦିରରେ ପ୍ରବେଶ ନିଶେଧ କରିଛି ପ୍ରଶାସନ ।

BARIPADA_-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.