ଲଘୁଚାପ ଦେଖାଉଛି ବନ୍ୟା ଡର: ବିପଦ ସଙ୍କେତ ନିକଟତର ହେଉଛି ହୀରାକୁଦ

ସମ୍ବଲପୁର(କେନ୍ଯୁଜ୍): ଲଘୁଚାପ ଦେଖାଉଛି ବନ୍ୟା ଡର। ସେପ୍‌ଟେମ୍ବରରେ ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏପଟେ ବିପଦ ସଙ୍କେତ ନିକଟତର ହୋଇଛି ହୀରାକୁଦ। ବିପଦ ସଙ୍କେତ ୬୩୦ଫୁଟ ରହିଥିବାବେଳେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୫୮।

ଏବେ ମୋଟ ୧୨ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ଖଇରାମାଳଠାରେ ୩ଲକ୍ଷ ୫ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିବାବେଳେ ବରମୂଳାଠାରେ ୩ଲକ୍ଷ ୯୬ହଜାର ୨୫୦କ୍ୟୁସେକ୍‌ ଓ ମୁଣ୍ଡୁଳିଠାରେ ୫ଲକ୍ଷ ୮୨ହଜାର ୮୬୫ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଜଳକାର ମଥାନିଠାରେ ଗତ ୪ ଦିନ ହେଲାଣି ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.