ଭୁବନେଶ୍ୱରରେ ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ, ରିସିଭିଂ ସେଣ୍ଟରରେ ପ୍ରବାସୀଙ୍କ ସ୍କ୍ରିନିଂ 

ଭୁବନେଶ୍ୱର: ଭୁବନେଶ୍ୱରରେ ୨ ପ୍ରକାରର କ୍ୱାରେଣ୍ଟାଇନ ବ୍ୟବସ୍ଥା । ହୋମ୍‌ ଓ ସରକାରୀ କ୍ୱାରେଣ୍ଟାଇନ ଆରମ୍ଭ । କରୋନା ଯୋଗୁ ବାହାରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀ , ତୀର୍ଥଯାତ୍ରୀମାନେ ବସ୍‌ ଓ ଟ୍ରେନ ଯୋଗେ ରାଜଧାନୀରେ ପହଞ୍ଚୁଥିବା ଲୋକଙ୍କୁ ପ୍ରଥମେ ରିସିଭିଂ ସେଣ୍ଟରକୁ ଅଣାଯାଉଛି । ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ଯେଉଁମାନଙ୍କର କିଛି ଲକ୍ଷଣ ନାହିଁ ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଉଛି । ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.