Below header

କୋଭିଡ-19 ଔଷଧ ପ୍ରସ୍ତୁତି କରିବାରେ ପ୍ରଥମ ହେବ କି ଭାରତ !

ଭାରତରେ କରୋନା ପ୍ରକୋପ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ଭିତରେ ରେକର୍ଡ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ନିଶ୍ଚିତ ରୂପେ ଖୁବ ଚିନ୍ତାଜନକ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ଦେଶ ମଧ୍ୟରେ ୩୯୦୦ଟି ନୂଆ କାରଣ ସଂକ୍ରମିତ ଜନିତ ମାମଲା ସାମ୍ନାକୁ ଆସିଥିବା ବେଳେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି । ଏଭିତରେ ଭାରତ ପାଇଁ ଏକ ସମ୍ଭବତ ଶୁଭ ଖବର ସାମ୍ନାକୁ ଆସିଛି । କୋଭିଡ-19 ରୋଗର ଔଷଧ ନିର୍ମାଣରେ ଭାରତ ସଫଳତାର ନିକଟବର୍ତ୍ତୀ ହୋଇଥିବା ଜଣାଯାଇଛି ।

corona

ହାଇଦରାବାଦ ସ୍ଥିତ “ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିଲ ଟେକ୍ନୋଲୋଜି” କୋଭିଡ-19 ଚିକିତ୍ସାରେ ବ୍ୟବହାର ହେଉଥିବା କେମିକାଲ ରେମଡ଼େଶିବିର ପାଇଁ ଷ୍ଟରଟିଙ୍ଗ ମେଟେରିଆଲକୁ ସିନ୍ଥେସାଇଜଡ଼ କରାଯାଇଛି । ଯାହାକୁ ଔଷଧ ପ୍ରସ୍ତୁତିର ପ୍ରଥମ ସ୍ତର ଭାବେ ଧରାଯାଏ । ଏକ ଜାତୀୟ ଖବର କାଗଜରେ ଛପା ଯାଇଥିବା ଖବର ମୁତାବକ, ଆଇଆଇସିଟି ସିପଲା ପରି ପ୍ରତିଷ୍ଠିତ କମ୍ପାନୀ ପାଇଁ ଔଷଧ ନିର୍ମାଣ ଆରମ୍ଭ କରିଦେଇଛି । ସମଗ୍ର ଭାରତରେ ଏହି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ କରିଦିଆଯିବ ବୋଲି ସୂଚନା ମିଳିଛି । କିଛି ଦିନ ପୂର୍ବେ ଯୁକ୍ତ ରାଷ୍ଟ୍ର

ଆମେରିକା ସ୍ଥିତ “ଖାଦ୍ୟ ଏବଂ ଔଷଧ ମନ୍ତ୍ରାଳୟ” କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ରେଡମେଶିବିରର ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । କହି ରଖିବା ଉଚିତ ହେବକି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ ସୋମବାର ନିଜ ଏକ ବୟାନରେ ଏବାବଦରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, କରୋନା ଭାଇରସ ମହାମାରୀ ଚିକିତ୍ସା ପାଇଁ ନିଶ୍ଚିତ ରୂପେ ଏହା ଏକ ଆଶା ଜନକ ଔଷଧ । କହି ରଖିବା ଉଚିତ ହେବକି, ହାଇଦରାବାଦ ସିଏମଆଇଆର କ୍ଲିନିକାଲ ଟ୍ରାଏଲ ଓ ଭାରତରେ ଏହାର ଲଞ୍ଚିଙ୍ଗ ପାଇଁ ପ୍ରାଇଭେଟ ସେକ୍ଟର ମାନଙ୍କ ସହ ମିଶି ନିଜ ଚେଷ୍ଟା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.