Below header

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା : ଅମିତ ଶାହ

ଓଡ଼ିଶା ଗସ୍ତରେ ଆସି ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ଏକଥା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମାଓ ଦମନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କମିଛି ମାଓ ହିଂସା । ନକ୍ସଲ ଦମନ କ୍ଷେତ୍ରରେ ସଫଳତା ମିଳିଛି । ୨୦୧୫-୨୦୧୯ ମଧ୍ୟରେ ନକ୍ସଲ ହିଂସାକାଣ୍ଡ ୩୦ ପ୍ରତିଶତ କମିଛି । ଏନକାଉଣ୍ଟର ୩୨ପ୍ରତିଶତ ହ୍ରାସ ପାଇଛି । ଓଡ଼ିଶା ଗସ୍ତରେ ଆସି ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଅବସରରେ ଏକଥା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ମାଓ ଦମନ ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ଏଥିସହ ସେ କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା । ଦେଶକୁ ବାଟ ଦେଖାଇଛି । ବାତ୍ୟା ଓ ବନ୍ୟା ସମୟରେ ଜିରୋ କାଜୁଆଲ୍‌ଟି ବିଶ୍ୱରେ ପ୍ରଶଂସନୀୟ ବୋଲି କହିଛନ୍ତି ଅମିତ ଶାହ । ଓଡ଼ିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି ।

ଭାଷଣ ଆରମ୍ଭରୁ ନବୀନ ପଟ୍ଟନାୟକ ରେକର୍ଡ ସମୟ ଧରି କାମ କରୁଥିବାରୁ ଶୁଭେଚ୍ଛା ଜଣାଇଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ । ଆଜି ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ କାମାକ୍ଷାନଗର-ଡୁବୁରୀ ୪ ଲେନ୍‌ ବିଶିଷ୍ଟ ଜାତୀୟ ରାଜପଥକୁ ଲୋକାର୍ପଣ କରିଛନ୍ତି ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କଳାହାଣ୍ଡି କୋକସରା ବ୍ଲକର ମୋଟେରଠାରୁ ବାନେର ଭାୟା ଲଡୁଗାଁ ରାସ୍ତାର ସୁଦୃଢୀକରଣ ଓ ସମ୍ପ୍ରସାରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଉନ୍ନତି ମୋ ସରକାରର ବିଶ୍ୱାସ । ଆଜିର ଓଡ଼ିଶା ରୂପାନ୍ତରୀକରଣ କାହାଣୀ କହୁଛି । ଯୋଗାଯୋଗ ବିକାଶର ଚାବିକାଠି । ଯୋଗାଯୋଗ ପାଇଁ ସ୍ୱାଭିମାନ ଅଞ୍ଚଳରେ ଉନ୍ନତି ହେଉଛି । ସଂଘୀୟ ବ୍ୟବସ୍ଥାରେ ବିଶ୍ୱାସ କରୁଛୁ । କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶର ଧାରା ଆଗକୁ ନେଉଛୁ । ସବୁ ପାରାମିଟରରେ ଓଡିଶା ଅନେକ ଆଗକୁ ଯାଇଛି । କିଛି ବର୍ଷ ଭିତରେ ଜୟପୁର ଓ ଉତକେଲାରେ ଦୁଇଟି ବିମାନବନ୍ଦର କାମ ସାରିଛୁ ଏବଂ ମାଲକାନଗିରିରେ ଗ୍ରୀନ ଫିଲଡ଼ ବିମାନବନ୍ଦର କାମ ଚାଲିଛି । ବିକାଶ କାର୍ଯ୍ୟରେ ସହଯୋଗ ପାଇଁ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.