ତିନି ଜଣ ସ୍ତ୍ରୀ ରଖି ୪ର୍ଥ ବିବାହ କରୁଥିଲେ ଓକିଲ, କୋର୍ଟ ପରିସରରେ ପତ୍ନୀଙ୍କ ଠାରୁ ଖାଇଲେ ନିଧୁର୍ମ ଛେଚା

ତିନି ଜଣ ସ୍ତ୍ରୀରେ ବି ପୁରିଲାନି ମନ ୪ର୍ଥ ବିବାହ କରିବାକୁ ମନ ବଳାଇଥିଲେ ଓକିଲ । ଏହା ଜାଣିବା ପରେ କୋର୍ଟ ପରିସରରେ ପତ୍ନୀଙ୍କ ଠାରୁ ଛେଚା ଖାଇଲେ ଓକିଲ । କେବଳ ପତ୍ନୀ ନୁହେଁ ଅନ୍ୟ ଓକିଲ ମଧ୍ୟ ମାଡ ମାରିଛନ୍ତି । ରାଞ୍ଚି ସିଭିଲ କୋର୍ଟରେ ଘଟିଛି ଏମିତି ଘଟଣା ।

ଝାଡଖଣ୍ଡ ରାଞ୍ଚି ସିଭିଲ କୋର୍ଟ ପରିସରରେ ଜଣେ ଓକିଲଙ୍କୁ ତାଙ୍କ ପତ୍ନୀ ଏବଂ ଅନ୍ୟ ଓକିଲ ନିର୍ଧୁମ ପିଟିଛନ୍ତି । ଓକିଲଙ୍କ ପତ୍ନୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ଚତୁର୍ଥ ବିବାହ କରିବାକୁ ଯାଉଛନ୍ତି । ପ୍ରଥମ ପତ୍ନୀ ଏହା ଜାଣିବା ପରେ କୋର୍ଟ ପହଞ୍ଚି ଯାଇଥିଲେ, ଆଉ ଓକିଲ ସ୍ୱାମୀଙ୍କୁ ନିର୍ଧୁମ ଛେଚିଚାଲିଲେ । ଏହାକୁ ନେଇ କୋର୍ଟ ପରିସରରେ ହଙ୍ଗାମା ଦେଖିବାକୁ ମିଳିଥିଲା ।

ଖବର ମୁତାବକ, ଓକିଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହାଇ ଭୋଲଟେଜ ଡ୍ରାମା ରାଞ୍ଚି ସିଭିଲ କୋର୍ଟ ପରିସରରେ ଦେଖିବାକୁ ମିଳିଛି । ପତି-ପତ୍ନୀଙ୍କ ମଧ୍ୟରେ ଚାଲିଥିବା ଝଗଡାରେ ଅନ୍ୟ ଓକିଲମାନେ ମିଶିଯାଇଥିଲେ । ସେମାନେ ମଧ୍ୟ ଓକିଲ ସ୍ୱାମୀକୁ ଛେଚିଥିଲେ । ଓକିଲ ନିମୁଦ୍ଦିନ ଆଲିଆସ ନୁରୀଙ୍କ ଦୁଇଜଣ ସ୍ତ୍ରୀ ଅଭିଯୋଗ କରିଛନ୍ତି, ତାଙ୍କ ସ୍ୱାମୀ ସେମାନଙ୍କୁ ଲୁଚାଇ ୪ର୍ଥ ବିବାହ କରୁଥିଲେ । ଯାହା ଆମେ ପରେ ଜାଣିବାକୁ ପାଇଥିଲୁ । ଏହାଛଡା ନିମୁଦ୍ଦିନ ଆଲିଆସ ନୁରୀ ତାଙ୍କ ସହକର୍ମୀଙ୍କ ସହିତ ସଂପର୍କ ରଖିଛନ୍ତି । ଆଉ ୪ର୍ଥ ବିବାହ କରୁଛନ୍ତି । ନିମୁଦ୍ଦିନ ଆଲିଆସ ନୁରୀଙ୍କ ବିରୋଧରେ ଦୁଇ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

ଓକିଲଙ୍କ ସହକର୍ମୀ ରାଞ୍ଚି ସିଭିଲ କୋର୍ଟରେ ପ୍ରାକ୍ଟିସ କରନ୍ତି । ଓକିଲଙ୍କ ପ୍ରଥମ ଦୁଇ ପତ୍ନୀ କୋର୍ଟକୁ ସ୍ୱାମୀଙ୍କ ସହିତ କଥାବାର୍ତ୍ତା ହେବାକୁ ଆସିଥିଲେ । ଏହି ସମୟରେ ଓକିଲଙ୍କ ସହକର୍ମୀ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ତା’ରେ ଏମାନଙ୍କ ମଧ୍ୟରେ ମାରପିଟ ଆରମ୍ଭ ହୋଇଥିଲା । ଆଉ ଓକିଲଙ୍କୁ ପତ୍ନୀଙ୍କ ସମେତ ଅନ୍ୟ ଓକିଲମାନେ ନିର୍ଧୁମ ମାଡ ମାରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.